ଶୁଭ ମଙ୍ଗଲ ଜ୍ୟାଦା ସାବଧାନର ଟ୍ରେଲର ରିଲିଜ୍‌

ମୁମ୍ବାଇ : ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଶୁଭ ମଙ୍ଗଲ ଜ୍ୟାଦା ସାବଧାନର ଟ୍ରେଲର ରିଲିଜ୍‌ ହୋଇଛି । ପ୍ରଥମ ଥର ପାଇଁ ବଲିଉଡରେ ବଡ ପରଦାରେ ସମଲିଙ୍ଗୀ ସମ୍ପର୍କକୁ ଦେଖିଯାଇଛି । ଫିଲ୍ମରେ ଆୟୁଷ୍ମାନ ଖୁରାନା ଏବଂ ଜିତେନ୍ଦ୍ର କୁମାରଙ୍କୁ ପ୍ରେମୀ ଯୁଗଳ ଭାବରେ ଦେଖିବାକୁ ମିଳିଛି । ଆୟୁଷ୍ମାନ ଏବଂ ଜିତେନ୍ଦ୍ର କୁମାରଙ୍କ ବ୍ୟତିତ ଗଜରାଜ ରାଓ ଏବଂ ନୀନା ଗୁପ୍ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଛି । ନିଜର ପଡୋଶୀ ଯୁବକଙ୍କ ସହିତ ସମଲୈଙ୍ଗିକ ସମ୍ପର୍କ ଏବଂ ଏହାକୁ ନେଇ ରହିଥିବା ସାମାଜିକ ସମସ୍ୟାକୁ ଫିଲ୍ମରେ କମେଡି ମାଧ୍ୟମରେ ଦେଖାଇଛନ୍ତି ଡେବ୍ୟୁଟାଣ୍ଟ ଡିରେକ୍ଟର ହିତେଶ କୈବଲ୍ୟ । ଆନନ୍ଦ ଏଲ୍‌ ରାଇ ଏବଂ ଟି ସିରିଜ୍‌ର ଭୂଷଣ କୁମାର ମିଳିତ ଭାବରେ ଫିଲ୍ମର ପ୍ରଯୋଜନା କରିଛନ୍ତି । ଫିଲ୍ମଟି ୨୧ ଫେବୃୟାରୀ ୨୦୨୦ ରିଲିଜ୍‌ ହେବାକୁ ଯାଉଛି । ଫିଲ୍ମରେ ଆୟୁଷ୍ମାନ ଏବଂ ଜିତେନ୍ଦ୍ରଙ୍କ ମଧ୍ୟରେ ଏକ ଲିପ୍‌ ଲକ୍‌ ସିନ୍‌ ମଧ୍ୟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ