ସିପିଆଇ ଓ କଂଗ୍ରେସର ମିଳିତ ନିର୍ବାଚନୀ ବୈଠକ
ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ସାଧାରଣ ନିର୍ବାଚନ ପରିପେକ୍ଷୀରେ ଗୁରବାର ବନ୍ତ ବ୍ଲକ ଟିଲୋ ପଞ୍ଚାୟତରେ ସିପିଆଇ ଓ କଂଗ୍ରେସ ପକ୍ଷରୁ ମିଳିତ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସିପିଆଇ ଜୋନ୍ ସମ୍ପାଦକ ରମେଶ ଜେନା ଓ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରାଙ୍କ ମିଳିତ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତର ୧୫ଟି ୱାର୍ଡରେ ବୁଥ୍ କମିଟି ଗଠନ କରାଯାଇ ସୂଚାରୁରୂପେ ନିର୍ବାଚନ ପରିଚାଳନା କରାଯିବା ସହ ସିପିଆଇ ସମର୍ଥୀତ କଂଗ୍ରେସ ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବା ନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ପଞ୍ଚାୟତ ସଭାପତି ପ୍ରଦୀପ ପଢିଆରୀ, ବସନ୍ତ କର, ଗିରିଧାରୀ ଜେନା, ଗଦାଧର ସାହୁ, ଭିକାରୀ ବେହେରା, ସୁଧାକର କଅଁର, ନବଘନ ରାଜ, ରମାକାନ୍ତ ପାଣିଗ୍ରାହୀ, ଶ୍ୟାମ ସୁନ୍ଦର ଦାସ, ଚଗୁଲୁ ପୃଷ୍ଟି,କ୍ଷିରୋଦ ରାଉତ, ପଦ୍ମଲୋଚନ ଦାଶ, ନିରୋଦ ଜେନା, ସିପିଆଇର ୱାର୍ଡ ସଭ୍ୟ ସଞ୍ଜୟ ସାମଲ, ଟିଲୋ ସିପିଆଇ ଶାଖା ସମ୍ପାଦକ ଅଭିମନ୍ୟୁ ଜେନା, ଚିତ୍ତ ରଞ୍ଜନ ସାହୁ, ନାରାୟଣ ଜେନା, ନିରଂଜନ ଜେନା, ଅନନ୍ତ ମହାରଣା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


