ଓଡ଼ିଶାରେ ହେବ ଅନ୍ତର୍ଦେଶୀୟ ବିପର୍ଯ୍ୟୟ ମୁକାବିଲା ମକ ଡ୍ରିଲ

ଭୁବନେଶ୍ୱର: ଓଡ଼ିଶାରେ ଅନ୍ତର୍ଦେଶୀୟ ବିପର୍ଯ୍ୟୟ ମୁକାବିଲା ମକ ଡ୍ରିଲ ହେବାକୁ ଯାଉଛି । ଆସନ୍ତା ଫେବ୍ରୁଆରୀ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ରାମଚଣ୍ଡୀରେ ଏହି ମକ ଡ୍ରିଲ ଅନୁଷ୍ଠିତ ହେବ । ୭ଟି ଦେଶର ସମନ୍ୱୟରେ ଏହି ବିପର୍ଯ୍ୟୟ ମକଡ୍ରିଲ ହେବ । ବାଂଲାଦେଶ, ଭୂଟାନ, ଥାଇଲାଣ୍ଡ, ଡେନମାର୍କ, ନେପାଳ ଓ ଶ୍ରୀଲଙ୍କା ଏଥିରେ ଅଂଶଗ୍ରହଣ କରିବ । ଏଥିରେ ବନ୍ୟା, ବାତ୍ୟା ଓ ମନ୍ଦିର ଭୁଶୁଡ଼ିଲେ କିଭଳି ମୁକାବିଲା ହେବ ସେ ସମ୍ପର୍କରେ ମକଡ୍ରିଲ କରାଯିବ । ଏନେଇ ଏନଡିଆରଏଫ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଓଡ଼ିଶାକୁ ନୋଡାଲ ଏଜେନ୍ସି କରାଯାଇଥିବା ଏନଡିଆରଏଫ ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ