ଶୃଙ୍ଖଳାର ସହ ମହୋତ୍ସବ ସମାପନ ପାଇଁ ଜିଲ୍ଲାପାଳଙ୍କ ଧନ୍ୟବାଦ

ଯାଜପୁର,: ୮ ମ ଯାଜପୁର ଜିଲ୍ଲା ମହୋତ୍ସବ “ଯଯାତି” ର ପରିସମାପ୍ତି ରବିବାର ସଂଧ୍ୟାରେ ହୋଇ୍‌ଯାଇଚ୍ଥି । ଅତ୍ୟନ୍ତ ଶାନ୍ତି ଶୃଙ୍ଖଳା ଓ ସଦ୍‌ଭାବନାର ସହ ଏହା ହୋଇଥିବାରୁ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ରଂଜନ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଚ୍ଥନ୍ତି । ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କର ସହଯୋଗ, ପରାମର୍ଶ ଓ ମାର୍ଗ ଦର୍ଶନ ସହ ଜିଲ୍ଲାର ସାଂସଦ, ସମସ୍ତ ବିଧାୟକ, ଜିଲ୍ଲା ପରିଷଦ ସଭାପତି ପ୍ରମୁଖ ପଥ ପ୍ରଦର୍ଶକ ଭାବେ ଊପଯୁକ୍ତ ପ୍ରେରଣା ଦେଇଥିବାରୁ ଜିଲ୍ଲା ଶ୍ରୀ ଦାସ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଚ୍ଥନ୍ତି । ସେହିପରି ଜିଲ୍ଲା ସଂସ୍କୃତି ପରିଷଦର ସମସ୍ତ ସଦସ୍ୟ, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଆରକ୍ଷୀ ବିଭାଗ, ପୈାର ପ୍ରଶାସନ, ଗଣମାଧ୍ୟମ, କଳାକାର ବୃନ୍ଦ, ମଞ୍ଚ ଓ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରିଥିବା ବ୍ରଲ୍ୟୁଡ ସଂସ୍ଥା ଓ ସାଧାରଣ ଜନତାଙ୍କୁ ଜିଲ୍ଲା ଶ୍ରୀ ଦାସ ଆନ୍ତରିକ କୃତଜ୍ଞତା ଓ ସାଧୁବାଦ ଜଣାଇଚ୍ଥନ୍ତି । ସୂଚନା ଯୋଗ୍ୟ ଯେ, ଜାନୁୟାରୀ ୧୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ବାଳାଶ୍ରମ ପଡିଆ ଠାରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ସଂସ୍କୃତି ପରିଷଦ, ଯାଜପୁର ପୈାର ପ୍ରଶାସନର ମିଳିତ ସହଯୋଗରେ ଏହି ୫ ଦିନିଆ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ