ଆମେରିକା ଦୂତାବାସ ଉପରେ ଆକ୍ରମଣ କଲା ଇରାନ୍‌

ବାଗଦାଦ:- ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ ଜାରି ରଖିଛି। ମଙ୍ଗଳବାର ଭୋର ସମୟରେ ପୁଣି ଥରେ ବାଗଦାଦରେ ଥିବା ଆମେରିକା ଦୂତାବାସ ଉପରେ ରକେଟ୍ ଦ୍ବାରା ଆକ୍ରମଣ ହୋଇଛି। ୩ଟି ରକେଡ୍ ମାଡ଼ ହୋଇଥିବାବେଳେ ତାହା ଦୂତାବାସଠାରୁ ଅଳ୍ପ ଦୂରରେ ପଡ଼ିଥିଲା। ଏହି ଘଟଣାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ସାନି ଉତ୍ତେଜନା ଦେଖିବାକୁ ମିଳିଛି। ଇରାନ ଯୁଦ୍ଧ ପାଇଁ ଆମେରିକାକୁ ଉସୁକାଉଥିବା ଏପରି ଘଟଣାରୁ ବୁଝାପଡ଼ୁଛି । ସୂଚନାଥାଉକି ବାଗଦାଦର ଗ୍ରୀନ୍ ଜୋନ୍ରେ ଆମେରିକା ଦୂତାବାସ ରହିଛି। ମଙ୍ଗଳବାର ଭୋର ସମୟରେ ୩ଟି ରକେଟ୍ ମାଡ଼ କରାଯିବା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ସାଇରନ ବାଜିଥିଲା। ମଧ୍ୟ ବାଗଦାଦ୍ରେ ଗ୍ରୀନ୍ ଜୋନ ରହିଥିବାବେଳେ ସେହି ଅଞ୍ଚଳରେ ସରକାରୀ କାର‌୍ୟ୍ୟାଳୟ ଏବଂ ଦୂତାବାସ ରହିଛି। ତେବେ ରକେଟ୍ ଆକ୍ରମଣରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେ ସମ୍ପର୍କରେ କିଛି ସୂଚନା ମିଳିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ