ଉପଜିଲ୍ଲାପାଳଙ୍କୁ ଭେଟିଲେ ମତ୍ସ୍ୟଜିବୀ
ଛତ୍ରପୁର: ଗଂଜାମ ବ୍ଲକର ହୁମ୍ମା ଶୁଖୁଆ ହାଟ ସପ୍ତାହର ପ୍ରତ୍ୟେକ ରବିବାର ଅନୁଷ୍ଠିତ ହେଉଛି । ଏହି ହାଟରେ ସମୁଦ୍ରତଟ ଅଂଚଳ ୨୭ଖଣ୍ଡ ଗ୍ରାମର ମତ୍ସ୍ୟଜିବୀ ମାନେ ବିଭିନ୍ନ ପ୍ରକାର ଶୁଖୁଆ ଆଜକୁ ୨୦ବର୍ଷ ବିକ୍ରି କରି ନିଜ ନିଜର ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ଗତ ଦୁଇ ସପ୍ତାହ ହେଲା ସେଠାରେ ବେଆଇନ ଭାବେ କିଛି ଯୁବକ ମାନେ ପାନୁ ଆଦାୟ କରୁଛନ୍ତିା ଏହାର ପ୍ରତିବାଦ କଲେ ମହିଳା ମତ୍ସ୍ୟଜିବୀ ମାନଙ୍କୁ ଆକ୍ରମଣ କରାଯାଉଛି । ଏଥିସକାଶେ ଭୟଭିତ ହୋଇ ୨୭ଖଣ୍ଡ ଗ୍ରମାର ମତ୍ସ୍ୟଜିବୀ ମାନଙ୍କ ନିଜ ନିଜର ପରିବାର ପ୍ରତିପୋଷଣରେ ବାଧ୍ୟ ସୃଷ୍ଟି ହେଉଛି । ଏହାଫଳରେ ବହୁ ମହିଳା ଏବଂ ନିରୀହ ମତ୍ସ୍ୟଜିବୀ ମାନେ ଭୋକ ଉପାସରେ ରହୁଛନ୍ତି । ଏନେଇ ସୋମବାର ଏହାର ପ୍ରତିକାର କରିବା ନିମନ୍ତେ ଛତ୍ରପୁର ବ୍ଲକ ଅନ୍ତର୍ଗତ ନୋଳିଆ ନୂଆଗାଁ ଠାରେ ୨୭ଖଣ୍ଡ ଗ୍ରାମ ବହୁ ମତ୍ସ୍ୟଜିବୀ ମାନେ ଏକାଠି ଏକ ଜରୁରୀ କାଳୀନ ବୈଠକ କରିଥିଲେ । ଏହାପରେ ଅପରାହ୍ନରେ ଏକ ଶୋଭାଯାତ୍ରାରେ ଆସି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେମାନଙ୍କ ଦାବୀ ଗୁଡିକ ସମାଧାନ ନିମନ୍ତେ ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କୁ ଭେଟି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆମକୁ ନିଜର ପ୍ରତିପୋଷଣ କରିବା ନିମନ୍ତେ ସମସ୍ତ ପ୍ରକାର ସରକାରୀ ସାହାର୍ଯ୍ୟ କରାଯାଉ । ହୁମ୍ମା ଶୁଖୁଆ ହାଟ ଠାରେ ବେଆଇନ ଭାବେ ପାନୁ ଆଦାୟକୁ ବନ୍ଦ କରି ସରକାରୀ ନୀୟମ ଅନୁସାରେ ଏକ ବୋର୍ଡ ଟଙ୍ଗାଯାଇ ପାନୁ ଆଦାୟ କରାଯାଉ ଏବଂ ରସିଦ ପ୍ରଦାନ କରାଯାଉ । ଏହାସହ ଆମ୍ଭ ମାନଙ୍କ ନିମନ୍ତେ ସୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଉ । ଆଉ ଗତ ଦୁଇସପ୍ତାହ ତଳେ ଏନ୍.କାଶି ଏବଂ ଜେ. କାଲାମ୍ମା ଉପରେ ଆକ୍ରମଣ କରିଥିବା ଆକ୍ରମଣ କାରୀ ମାନଙ୍କ ଉପରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏନେଇ ସଂପୃକ୍ତ ଥାନା ପୂର୍ବରୁ ଲିଖିତ ଏତଲା ପ୍ରଦାନ କରାଯାଇଛି । ଅପରପକ୍ଷରୁ ମତ୍ସ୍ୟଜିବୀ ମାନଙ୍କ ସମସ୍ତ କଥା ଶୁଣିଲା ପରେ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଏନ୍.ଆପେୟା, ଇ.ବାଲରାଜୁ, ଇ.ଏରେୟା, ଇ.ଜାଙ୍ଗାଲୀ, ଇଗୁରେୟାଙ୍କ ସମେତ ୨୭ଖଣ୍ଡ ଗ୍ରାମର ବହୁ ମହିଳା ମତ୍ସ୍ୟଜିବୀ ମାନେ ଉପସ୍ଥିତ ଥିଲେ ।


