ଛତ୍ରପୁର ଠାରେ ୧୭୦ ତମ ପେନସନ୍ ଅଦାଲତ ବୈଠକ
ଛତ୍ରପୁର,: ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ରାଜ୍ୟ ସାଧାରଣ ପ୍ରଶାସନ ଓ ପେନ୍ସନ୍ ଅଦାଲତ ବିଭାଗ ପକ୍ଷରୁ ୧୭୦ ତମ ପେନସନ୍ ଅଦାଲତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଧାରଣ ଅଭିଯୋଗ ଓ ପେନ୍ସନ୍ ପ୍ରଶାସକ ନିର୍ଦ୍ଦେଶକ ସୁଧାଂଶୁ ଶେଖର ଭୂୟାଁ ଯୋଗଦେଇ ପେନସନ୍ ଉପଭୋକ୍ତାମାନଙ୍କ ସମସ୍ତ କାର୍ଯ୍ୟ କିପରି ସରଳୀକରଣ ଭାବେ ମିଳିବ ସେତିପ୍ରତି ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ସରକାରଙ୍କ ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ଆଧାରରେ ପେନ୍ସନ୍ ଉପଭୋକ୍ତାଙ୍କ ପ୍ରୋଭିଜିନାଲ୍ ଓ ଚୂଡାନ୍ତ ପେନସନ୍ ମିଳିବା କାର୍ଯ୍ୟକୁ ପେନସନ୍ ପ୍ରଦାନ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟକୁ ସମୟ ଧାର୍ଯ୍ୟ ଏବଂ ସ୍ୱଚ୍ଛତା ଭାବେ ପରିଚାଳିତ କରିବା ପାଇଁ ଶ୍ରୀ ଭୂୟାଁ ପରାମର୍ଶ ଦେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ୮ଟି ଜିଲ୍ଲାରେ ଏଭଳି ପେନସନ୍ ଅଦାଲତ ବୈଠକର ଆୟୋଜନ କରି ପେନ୍ସନ୍ ପ୍ରଦାନ ଅଧିକାରୀମାନଙ୍କୁ ସଚେତନତା କରାଯାଉଛି । ୨୦୨୦ ମାର୍ଚ୍ଚ ୩୧ ତାରିଖରେ ଯେଉଁ କର୍ମଚାରୀମାନେ ଅବସର ନେବାକୁ ରହିଛି । ସେହି କର୍ମଚାରୀଙ୍କ ପ୍ରୋଭିଜିନାଲ୍ ଓ ଚୂଡାନ୍ତ ପେନସନ୍କୁ କାର୍ଯ୍ୟକୁ ସରଳୀକରଣ କରିବା ନିମନ୍ତେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି । ଏହା ପୂର୍ବରୁ ଯେଉଁ କର୍ମଚାରୀଙ୍କ ଯାହା ସମସ୍ୟା ରହିଛି ତାହାକୁ ଆଗୁଆ ସମାଧାନ କରି ପେନ୍ସନ୍ ପାଇବା ପାଇଁ ପ୍ରସ୍ତୃତ କରାଯିବ । ରାଜ୍ୟ ଶ୍ରମିକ ବୀମା କର୍ମଚାରୀ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ବ୍ରହ୍ମପୁର ଅଞ୍ଚଳର ଜଣେ କର୍ମଚାରୀ ଅଜିତ୍ କୁମାର ଦଳାଇ ୨୦୧୭ ମସିହାରୁ ଅବସର ହୋଇଥିଲେ ସୁଦ୍ଧା ତାଙ୍କରି ପେନ୍ସନ୍ ହୋଇନାହିଁ । ଏଥିପାଇଁ କର୍ମଚାରୀ ଜଣକ ରାଜ୍ୟ ଶ୍ରମିକ ବୀମା କର୍ମଚାରୀ ଚିକିତ୍ସାଳୟର ନିର୍ଦ୍ଦେଶକ ଏବଂ ମୁଖ୍ୟମନ୍ତ୍ରୀଙ୍କ ଠାରେ ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗକୁ ଗୁରୁତ୍ୱସହ ନିଆଯାଇ ଏହିପରି ପେନସନ୍ ଅଦାଲତ ବୈଠକ କରି ପେନ୍ସନ୍ ପ୍ରଦାନରେ ସଂପୃକ୍ତ ସମସ୍ତ ଅଧିକାରୀଙ୍କୁ ସଚେତନତା କରାଯାଉଛି ବୋଲି ଶ୍ରୀ ଭୂୟାଁ କହିଛନ୍ତି । ଏହି ପେନସନ ଅଦାଲତରେ ୨୪୭ ଗୋଟି ପେନସନ୍ ମାମଲା ସମାଧାନ ପାଇଁ ଗ୍ରହଣ କରାଯାଇଥିଲ।। ଏକ ମାସ ମଧ୍ୟରେ ଏଗୁଡିକ ଫୈସଲା କରି ସଂପୃକ୍ତ କର୍ମଚାରୀଙ୍କୁ ପେନସନ୍ ମଂଜୁର କରିବାପାଇଁ କୁହାଯାଇଛି ।ଜିଲ୍ଲାର ବିଭିନ୍ନ ବିଭାଗରୁ ୧୧୧ଜଣ ଅଧିକାରୀ ଓ କର୍ମଚାରୀ ଙ୍କ ପେନସନ୍ ଅଦାଲତରେ ଯୋଗଦାନ କରିଥିଲେ । ଶିକ୍ଷା ବିଭାଗର ସର୍ବାଧିକ କର୍ମଚାରୀଙ୍କ ପେନସନ୍ ମାମଲା ଆଗତ କରାଯାଇଥିଲ।। ଜିଲ୍ଲା ସ୍ତରରେ ପେନସନ୍ ମାମଲା ସମ୍ପୂର୍ଣ୍ଣ ଶୂନ୍ୟ ସ୍ତରକୁ ଆଣିବା ପାଇଁ ବିଚାର ବିମର୍ଶ କରାଯାଇଥିଲ।। ଏହି ଅଦାଲତ ରେ ଅନ୍ୟମାନଙ୍କ ମଧ୍ୟରେ ଗଂଜାମ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଡେପୁଟି କଲେକ୍ଟର ସ୍ନିଗ୍ଧାରାଣୀ ଧଳ, ଆକାଉଣ୍ଟ ଜେନେରାଲଙ୍କ କାର୍ଯ୍ୟାଳୟର ସନିୟର ଆକାଉଣ୍ଟ ଅଫିସର ମନୋରଞ୍ଜନ ପାଣିଗ୍ରାହୀ, ଅଡିଟ୍ ଅଫିସର ସୁଶୀଲ କୁମାର ମିଶ୍ର, କଣ୍ଟ୍ରୋଲର ଅଫ୍ ଆକାଉଣ୍ଟସ୍ ର ଆସିଷ୍ଟାଣ୍ଡ କଣ୍ଟ୍ରୋଲର ପୁଷ୍ପାଶ୍ରୀ ସାହୁ, କୈଳାସ ଚନ୍ଦ୍ର ସାମଲ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଆଲିଆ ରେଡ୍ଡୀ, ରାଜୀବ ଲୋଚନ ପଣ୍ଡିତ ଙ୍କ ସମେତ ଗଂଜାମ ଜିଲ୍ଲା ସମସ୍ତ ବିଭାଗର ପେନସନ୍ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ ମାନେ ଉପସ୍ଥିତ ଥିଲେ ।


