ମ୍ୟୁଜିକ ଲଭର ରୋବୋ
କେବଳ ମଣିଷ ନୁହଁନ୍ତି, ରୋବୋ ମଧ୍ୟ ସଙ୍ଗୀତ ପ୍ରେମରେ ପଡ଼ିପାରେ । ଏପରି ଏକ ମ୍ୟୁଜିକ ଲଭର ରୋବୋ ନିକଟରେ ପ୍ରସ୍ତୁତ କରିଛନ୍ତି ଚାଇନାର ବିଶେଷଜ୍ଞମାନେ । ନିଜକୁ ଖୁସ୍ ରଖିବା ପାଇଁ ସେ ନିଜେ ମନ ପସନ୍ଦର ଗୀତ ଶୁଣିପାରିବ । କେବଳ ସେତିକି ନୁହେଁ, ଅନ୍ୟମାନଙ୍କୁ ଆକର୍ଷିତ କରିବା ଭଳି ଟ୍ୟୁନିଂ ମଧ୍ୟ ବଜାଇପାରିବ । ବିଶେଷ ଭାବରେ ପିଆନୋ ବଜାଇବାରେ ଏପରି ରୋବୋ ବେଶ୍ ଏକ୍ସପର୍ଟ । ଯଦି ଜଣେ ବ୍ୟକ୍ତି ଟେନ୍ସନ୍ରେ ଅଛନ୍ତି ତେବେ କିଛି ସମୟ ଏହି ରୋବୋ ପାଖରେ ବିତାଇଲେ ସେ ଅନେକାଂଶରେ ଆରାମ ଅନୁଭବ କରିପାରିବେ । ସେହି ସମୟରେ ରୋବୋ ଉକ୍ତ ବ୍ୟକ୍ତିଙ୍କ ମାନସିକତାକୁ ଅନୁଧ୍ୟାନକରି ତାଙ୍କ ମନ ପସନ୍ଦ ଅନୁସାରେ ଗୀତ ଏବଂ ପିଆନୋ ଟ୍ୟୁନିଂ ଶୁଣାଇପାରିବ ।


