ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇଲେ ସ୍ୱାସ୍ଥ୍ୟ କର୍ମୀ

ମୋହନା – ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ପୋଲିଓ କେନ୍ଦ୍ର ଗୁଡିକରେ ପୋଲିଓ ବୁନ୍ଦା ଖୁଆଇଲେ ଶିଶୁଙ୍କୁ ସ୍ୱାସ୍ଥ୍ୟ କର୍ମୀ । ଏହି ପୋଲିଓ କାର୍ଯ୍ୟକ୍ରମରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ୨ଟି ଗାଡିରେ ଡାକ୍ତର ଗୋପାଳ କୃଷ୍ଣ ସାହୁ, ଫାରମାସିଷ୍ଟ ମିହିର ଦାସ ସର୍ମା ଚୁଡଙ୍ଗପୁର ଅଂଚଳ ପରିଭ୍ରମଣ କରି ବିଭିନ୍ନ ଗ୍ରାମ ଗୁଡିକରେ ଆଶା କର୍ମୀ, ଅଙ୍ଗନବାଡି କର୍ମୀଙ୍କ ସହଯୋଗରେ ଶୀଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇଥିବା ବେଳେ ଡାକ୍ତର ଭବାନୀ ମୋହନ ମହାପାତ୍ର ଫାରମାସିଷ୍ଟ ରଞ୍ଜନ ପୃଷ୍ଟି ଓ ତାଙ୍କ ସହଯୋଗୀ ସହ ଦୁର୍ଗମ ଅଂଚଳ ଗରଡମା, କଟାମା, ପାଣିଗଣ୍ଡା, ଆଦି ଅଂଚଳରେ ଗ୍ରାମ ଗ୍ରାମକୁ ଯାଇ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇଥିଲେ । ଏହି କାର୍ଯ୍ୟକ୍ରମଟି ଗତ ୧୯ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହେବା ସହ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମଧ୍ୟ ପୋଲିଓ ବୁନ୍ଦା ଷ୍ଟଲ ଖୋଲାଯାଇଥିବା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ନମିତା ପଣ୍ଡା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ