ସୁଗାର ଫ୍ରି ଖାଦ୍ୟକୁ ବିଶ୍ୱାସ କରନ୍ତୁନି
ଅଧିକାଂଶ ସମୟରେ ସୁଗାର ଫ୍ରି ଲେଖାଯାଇଥିବା ଖାଦ୍ୟ ସାମଗ୍ରୀ କିଣି ଆମେ ଠକାମୀର ଶିକାର ହୋଇଥାଉ । କାରଣ ସୁଗାର ଫ୍ରି ନାଁରେ ବିଭିନ୍ନ କମ୍ପାନୀଗୁଡିକ ଉପଭୋକ୍ତାଙ୍କୁ ବୋକା ବନେଇବାରେ ଲାଗିଛନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଏନେଇ କିଛି ଟିପ୍ସ ଜଣାଇବୁ ଯାହା ଦ୍ୱାରା ଆପଣ ଜାଣିପାରିବେ ଆପଣ କିଣିଥିବା ଜିନିଷଟି ସୁଗାର ଫ୍ରି କି ନୁହେଁ । ଯେତେବେଳେ ଆପଣ କିଛି ଜିନିଷ କିଣୁଛନ୍ତି ତେବେ ପ୍ରଡକ୍ଟର ଲେବୁଲକୁ ଧ୍ୟାନର ସହ ପଢ଼ନ୍ତୁ । ଯଦି କିଣିଥିବା ସାମଗ୍ରୀଟିର କୌଣସି ବି ସ୍ଥାନରେ ସୁଗାର ବା ମିଠା ବୋଲି ଲେଖା ଯାଇଥିବାର ନଜର ଆସେ ତେବେ ବୁଝିଯିବେ କି ଉକ୍ତ ଜିନିଷଟି କେବେହେଲେ ସୁଗାର ଫ୍ରି ପ୍ରଡକ୍ଟ ନୁହେଁ । କିଛି କମ୍ପାନୀ ନିଜ ପ୍ରଡକ୍ଟ ଲେବୁଲରେ ଅର୍ଗାନିକ୍ ସୁଗାର ଶବ୍ଦର ପ୍ରାୟତଃ ବ୍ୟବହାର କରିଥାଆନ୍ତି । ତେବେ ଏହି ଶବ୍ଦ ଉପରେ ନିଶ୍ଚୟ ଧ୍ୟାନ ଦେବା ଜରୁରୀ ହାଇଥାଏ । କାରଣ ଉପଭୋକ୍ତାଙ୍କ ଧ୍ୟାନ ହଟାଇବା ପାଇଁ ଏଭଳି ଶବ୍ଦର ପ୍ରୟୋଗ କମ୍ପାନୀଗୁଡିକ ସାଧାରଣତଃ କରିଥାଆନ୍ତି । କିନ୍ତୁ ବାସ୍ତବରେ ଏଭଳି ସାମଗ୍ରୀରେ ମିଠା ଅଂଶ ଥାଏ । କିଣିବା ସମୟରେ ପ୍ରଡକ୍ଟ ଲେବୁଲରେ ଥିବା ସର୍ବମୋଟ ସୁଗାର ସ୍କେଲକୁ ମୁଖ୍ୟତଃ ଚେକ୍ କରନ୍ତୁ । କାରଣ କିଛି କମ୍ପାନୀ ଏହି ପ୍ରଡକ୍ଟରେ ବ୍ୟବହାର କରିଥିବା ସୁଗାରର ମାତ୍ରାକୁ ଉଲ୍ଲେଖ କରିଥାଆନ୍ତି । ଯଦି ଆପଣ କିଣିଥିବା ସାମଗ୍ରୀ ତଥା ପ୍ରଡକ୍ଟରେ ନାଚୁରାଲ୍ ସୁଗାର ସମ୍ପର୍କରେ ଉଲ୍ଲେଖ ଥାଏ ତେବେ ଆପଣ ବୁଝିଯାଆନ୍ତୁ ଯେ ନାଚୁରାଲ ସୁଗାର ମଧ୍ୟ ସାମାନ୍ୟ ସୁଗାର ଭଳି କ୍ଷତିକାରକ ହୋଇଥାଏ । ବିଭିନ୍ନ ଫଳ ରସରେ ତିଆରି ପ୍ରଡକ୍ଟରେ ଥିବା ନାଚୁରାଲ୍ ସୁଗାର ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ ।


