ଆଶପେୟାର ପକ୍ଷରୁ ବଞ୍ଚୋରେ ଶିଶୁ ଉତ୍ସବ 

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ଆଶପେୟାର ପକ୍ଷରୁ ହାଟଡିହି ବ୍ଲକର ବଞ୍ଚେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁ ଉତ୍ସବ ୨୦୨୦ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଞ୍ଚୋ ସିଆରସିସି ବିଷ୍ଣୁପ୍ରସାଦ ସାହୁ, ସମ୍ମାନୀତ ଅତିଥି ଭାବେ ଶିକ୍ଷକ ବନମାଳୀ ସାହୁ, ନିହାର ରଞ୍ଜନ ସ୍ୱାଇଁ, ବିଜୟ କୁମାର ସେଠୀ, ସୁର୍ଯ୍ୟପ୍ରକାଶ ସେଠୀ, ଏସଏମ.ଟି.ସି ସଭାପତି ବିନୋଦ ବିହାରୀ ଜେନା, ୱାର୍ଡସଭ୍ୟ ରତ୍ନାକର ଜେନା,କାଞ୍ଚନ ଜେନା, କନକ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ରଙ୍ଗୋଲୀ, ରଶିଟଣା, ମିୟୁଜିକ ଚେୟାର, ହାଣ୍ଡିପିଟା, କାଦୁଅ ଶିଳ୍ପ, ନାଚଗୀତ, ଭାଷଣ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଶେଷରେ କୃତ୍ତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ସହ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା । ଆଶପେୟାର ପକ୍ଷରୁ ବଞ୍ଚୋ ଜି.ପି.ସି.ଏମ ଆଦିତ୍ୟ ରଞ୍ଜନ ପଟ୍ଟନାୟକ, ଅକରୁଆ ଜି.ପି.ସି.ଏମଅବ୍ଳାନ କୁମାର ଜେନା, ଆମ୍ବୋ ଜି.ପି.ସି.ଏମଜ୍ୟୋତିପ୍ରକାଶ ମହାପାତ୍ର, ଇଞ୍ଚୋଳ ଜି.ପି.ସି.ଏମ ଉମାକାନ୍ତ ପଣ୍ଡା, ରମ୍ପାସ ଜି.ପି.ସି.ଏମ ସୁମନ୍ତ କୁମାର ଜେନା, ପଞ୍ଚୁଗୋଛିଆ ଜି.ପି.ସି.ଏମ ସନ୍ତୋଷ କୁମାର ଜେନା, ସୁଲଣ ଜି.ପି.ସି.ଏମ ରଞ୍ଜନ କୁମାର ନାୟକ, ସମଣା ଜି.ପି.ସି.ଏମ ମାନସ ରଞ୍ଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ