ସମୁଦୁଣୀକୁ ନେଇ ସମୁଦୀ ଫେରାର
ସୁରତ : ବର ଓ କନ୍ୟାଙ୍କ ବାହାଘର ପୂର୍ବର ବରର ପିତା କନ୍ୟାର ମା’କୁ ନେଇ ଫେରାର ହୋଇଥିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହେଇଛି । ଗୁଜରାଟ ସୁରତ ସହରରେ ରହୁଥିବା ଜଣେ ବ୍ୟବସାୟୀଙ୍କ ପୁଅ ସହିତ ନାଭସାରିରେ ରହୁଥିବା ଅନ୍ୟ ଜଣେ ବ୍ୟବସାୟୀଙ୍କ ଝିଅ ସହିତ ବାହାଘର ସ୍ଥିର ହୋଇଥିଲା । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ପୁଅ ଓ ଝିଅଙ୍କର ବାହାଘର ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା । ବାହାଘର ପୂର୍ବରୁ ବରର ପିତା (୪୮) କନ୍ୟାର ମାତା (୪୬)କୁ ନେଇ ଫେରାର ହୋଇଯାଇଛି । ସମୁଦୀ ଓ ସମୁଦୁଣୀଙ୍କ ଏପରି କାର୍ଯ୍ୟ ପରେ ପୁଅ ଓ ଝିଅଙ୍କର ବାହାଘର ସ୍ଥଗିତ ରଖାଯାଇଛି ।


