ଅନ୍ତଃ ବିଦ୍ୟାଳୟ ସ୍ତରୀୟ ଚିତ୍ର ଓ ନୃତ୍ୟ ପ୍ରତିଯୋଗିତା
ଛତ୍ରପୁର: ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ଛତ୍ରପୁରର ଆନ୍ତର୍ଜାତିକ ମାର୍କା ୟୁରୋ କିଡସ୍ ପ୍ରି ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ଉପଲକ୍ଷେ ଶକ୍ତି ଏଜ୍ୟୁକେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ରଂଜନ କୁମାର ମହାପାତ୍ର ଏବଂ ୟୁରୋ କିଡସ ପ୍ରି ସ୍କୁଲର କାର୍ଯ୍ୟକାରୀ ପ୍ରିନ୍ସପାଲ ସସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ସ୍ଥାନୀୟ ରୋଟାରୀକ୍ଲବ ପରିସରରେ ଅନ୍ତଃ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ର ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଚିତ୍ର ପ୍ରତିଯୋଗିତାର ସବ୍ ଜୁନିୟର ବର୍ଗରେ ସୁରଜ କୁମାର ଗୈାଡ (ପ୍ରଥମ), ପରିତୋଷ କୁମାର ସାବତ(ଦ୍ୱିତୀୟ), ଏସ୍. ତିସିକା ରେଡ୍ଡୀ (ତୃତୀୟ) ସ୍ଥାନ ଅଧିକାର କରିଛନ୍ତି । ସେହିପରି ଜୁନିୟର ବର୍ଗରେ ଆର.ଆଦିତ୍ୟ ରେଡ୍ଡୀ (ପ୍ରଥମ), ଶ୍ୱାଶତୀ ବେହେରା (ଦ୍ୱିତୀୟ) , ପ୍ରତୀକ କୁମାର ମହାରଣ ଓ ଅନୁଶ୍ରୀ ସାହୁ (ତୃତୀୟ) ସ୍ଥାନ ଅଧିକାରୀ କରିଛନ୍ତି । ସିନିୟର ବର୍ଗରେ ସ୍ୱୟଂ ଶୁଭମ ସାହୁ (ପ୍ରଥମ) ଶୁଭସ୍ମିତା ପଣ୍ଡା (ଦ୍ୱିତୀୟ) ରୁଚି ପଣ୍ଡା (ତୃତୀୟ) ସ୍ଥାନ ଅଧିକାର କରିଛନ୍ତି । ସେହିପରି ନୃତ୍ୟ ପ୍ରତିଯୋଗିତାରେ ପ୍ଲେ ବର୍ଗରେ କେ.ଆରିୟାନ ପାତ୍ର (ପ୍ରଥମ), ଏସ୍.ସମୃଦ୍ଧି (ଦ୍ୱିତୀୟ) ବିନୋତା କୁମାରୀ ଶତପଥୀ (ତୃତୀୟ) ସ୍ଥାନ ଅଧିକାରୀ କରିଛନ୍ତି । ସବଜୁନିୟର ବର୍ଗରେ ଅନିକିତ୍ ଆଚାର୍ଯ୍ୟ (ପ୍ରଥମ), ସୁନିତୀ ପାତ୍ର(ଦ୍ୱିତୀୟ) ,ସ୍ୱାସ୍ତିକା ପଟ୍ଟନାୟକ ଓ ଅମନ ପାତ୍ର (ତୃତୀୟ) ସ୍ଥାନ ଅଧିକାର କରିଛନ୍ତି । ଜୁନିୟର ବର୍ଗରେ ପ୍ରତିକ୍ଷା ପୁରୋହିତ (ପ୍ରଥମ), ଆଜିତୀ ସିଂ (ଦ୍ୱିତୀୟ) , ଓରସ୍ମିତ ପଣ୍ଡା (ତୃତୀୟ ) ସ୍ଥାନ ଅଧିକାର କରିଛନ୍ତି । ସିନିୟର ବର୍ଗରେ କେଶବ ବେହେରା (ପ୍ରଥମ) ହୋଇଥିବା ବେଳେ ପ୍ରୟଙ୍କା ବେହେରା (ଦ୍ୱିତୀୟ) ସ୍ଥାନ ଅଧିକାରୀ କରିଛନ୍ତି ।
ଚିତ୍ର ପ୍ରତିଯୋଗିତାରେ ବ୍ରହ୍ମପୁର ଅଂଚଳର ସୁନାମଧ୍ୱୀନୀ ଚିତ୍ରଶିଳ୍ପୀ ଏନ୍. ଉମାଶଙ୍କର ଆଚାରୀ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ନୃତ୍ୟ ପ୍ରତିଯୋଗିତାରେ ହିଂଜିଳିକାଟୁ ଅଂଚଳର ନୃତ୍ୟଗୁରୁ କୃଷ୍ଣ ଚନ୍ଦ୍ର ପଣ୍ଡା ବିଚାରକ ଭାବେ ରହିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ୟୁରୋ କିଡସ୍ ପ୍ରି ସ୍କୁଲ ର ପରିଚାଳକ ନିର୍ଦ୍ଦେଶକ ପି.ଅନୀଲ ରେଡ୍ଡୀ, ପ୍ରଶାସକ ଦେବାଶିଷ ପଣ୍ଡା, ଶିକ୍ଷୟତ୍ରୀ ଆରଧାନା ନାୟକ, ଲିଟିଲ ଡାଇମଣ୍ଡ ଡ୍ୟାନ୍ସ ଷ୍ଟୁଡିଓ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପଟ୍ଟନାୟକ ଏବଂ ମାଇକେଲ ରବି ପରିଚାଳନାରେ ସହଯୋଗ କରିଥିଲେ ।


