ଜଳ ଯୋଗାଣ ପାଇପ ଫାଟି ଆଁ : ନିଦାବିଷ୍ଣୁ ସାଜିଛି ବିଭାଗ

କଲ୍ୟାଣସିଂହପୁର(ଓ୍ବାଇଏନଏସ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ସଦର ମହାକୁମାର ଲୋକେଅପ ମିଶ୍ରିତ ଓ ଅପରିଷ୍କାର ପାଣି ପାନ କରି ଦିନକୁ ଦିନ ରୋଗାକ୍ରାନ୍ତ ହୋଇ ଚିକିତ୍ସା ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ।ଘରକୁ ନଳ ଜଳ ଯୋଗା କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ସବୁଜାଣି ଶୁଣି ଦେଖି ଚୁପ ରହିବା ଘଟଣା ଜଳ ଯୋଗାଣ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି। ସଦର ମହାକୁମାର ଶିବ ମନ୍ଦିର ନିକଟରେ ଥିବା ପାଣି ଟାଙ୍କିରୁ ଗ୍ରାମବାସୀ ଙ୍କୁ ସୁଦ୍ଧ ପାଣି ଯୋଗାଇବା ସହ ଜଳ ସମସ୍ୟା ଦୂର କରୁଛି। କିନ୍ତୁ ବିଭିନ୍ନ ସ୍ଥାନରେ ଭୁତଳ ପାଇପ ଫାଟି ଆଁ କରି ପାଣି ଗଳି ଯାଉଛି। ପାଣିଟାଙ୍କି ନିକଟରେ ଦୁଇଟି ସ୍ଥାନ ଫାଟି ପାଣିରେ ଘୁଷୁରୀ ଶୋଉଚି କଲେଜ ବିଇଓ କାର୍ଯ୍ୟାଳୟ ନିକଟରେ ଓ ମୁଖ୍ୟ ରାସ୍ତାର ଡ୍ରେନ ଭିତରେ, କାମ୍ପ ସାହି, କାଚରା ସାହି ଛକ ନିକଟରେ ଏଭଳି ଅବସ୍ଥା। ଉକ୍ତ ସ୍ଥାନରେ ପାଣି ଗଲୁଥିବା ସ୍ଥାନରେ ଡ୍ରେନ ପାଣି ପ୍ରଭାହିତ ହେଉଛି। ଅନ୍ୟ କିଛି ସ୍ଥାନରେ ଘୁଷୁରୀ ପାଣିରେ ଶୋଇ ଗନ୍ଧିଆ କରିଦେଇଛି। ଉକ୍ତ ଅପରିଷ୍କାର ଓ ଅପମିଶ୍ରିତ ପାଣି ପାଇପ ମାଧ୍ୟମରେ ପ୍ରାୟ ୫ ଶହ ଘରକୁ ଯୋଗାଣ ହେଉଥିବାରୁ ଉକ୍ତ ପାଣି ପିଇ ଲୋକଙ୍କୁ ମାରାତ୍ମକ ରୋଗ ହେଉଥିବା ବେଳେ କାମଳ, ପେଟ, କିଡ଼ନୀ,ଝାଡା ବାନ୍ତି,ଜ୍ୱର ଭଳି ରୋଗ ବ୍ୟାପୁଛି। ଯାହା ଫଳରେ ଧୀରେ ଧୀରେ ଧୀର ମାରତ୍ମକ ଭଳି ଲୋକଙ୍କ ଜୀବନ ଯାଉଛି ବୋଲି ଅଭିଯୋଗ ହୋଇଛି। ଏମିତି ବିଭିନ୍ନ ସମୟରେ ଗୋଳିଆ ପାଣି ସହ ପୁତି ଗନ୍ଧମୟ ପାଣି ଆସୁଥିବା ମଧ୍ୟ ଅଭିଯୋଗ ହୋଇଛି।ଜଳ ଯୋଗାଣ ବିଭାଗଗୀୟ ଅଧିକାରି, ବ୍ଲକ ପ୍ରଶାସନ, ପଞ୍ଚାୟତ, ସରପଞ୍ଚଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏଭଳି ସଦର ମହାକୁମାରେ ଲୋକଙ୍କ ଦୁର୍ଦଶା ଭଗଉଥିବା ବେଳେ ଗ୍ରାମାଞ୍ଚଳରେ ଅବସ୍ଥା କଣ ହୋଇଛି ତାହା shje ଅନୁମାନ ହେଉଥିବ। ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷପ ନେଇ ମରାମତି କରିବା ସହ ଗ୍ରାମବାସୀଙ୍କୁ ସୁଧ ପାଣି ଯୋଗାଇବା ପାଇଁ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ