ଶିଶୁ ଶ୍ରମ ଉଚ୍ଛେଦ ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ବୈଠକ

ବାଲେଶ୍ୱର (ସରୋଜ ପଣ୍ଡା): ଶିଶୁ ଶ୍ରମ ଉଚ୍ଛେଦ ଉପରେ ଆଲୋଚନା କରିବା ପାଇଁ ମହାବୀର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି (ଏସ୍‌ଏମ୍‌ସି)ର ଏକ ବୈଠକ ପ୍ରଧାନ ଶିକ୍ଷୟିତ୍ରୀ ସୁରମା ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗଦେଇ ସହକାରୀ ଶ୍ରମ ଅଧିକାରୀ ରତ୍ନାକର ମଲ୍ଲିକ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କ ଅଧାରୁ ପାଠପଢ଼ା ଛାଡ଼ିବା ସମସ୍ୟା ଏବଂ ଶିଶୁମାନଙ୍କୁ ଶ୍ରମରେ ନିୟୋଜିତ ହେବାରୁ ରୋକିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାଳୟ ଛାଡ଼ିଥିବା ପିଲାମାନଙ୍କୁ ଚିହ୍ନଟ କରି ପୁନର୍ବାର ବିଦ୍ୟାଳୟକୁ ଫେରାଇ ଆଣିବା ସହ ଶିଶୁ ଶ୍ରମର କୁପରିଣାମ ସମ୍ପର୍କରେ ଅଭିଭାବକ ଓ ସମାଜରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ସେ କହିଥିଲେ। ଶିଶୁମାନଙ୍କ ଅଧିକାରର ସୁରକ୍ଷା ଏବଂ ପ୍ରତ୍ୟେକ ଶିଶୁ ଯେପରି ଏକ ସୁରକ୍ଷିତ ଓ ଅନୁକୂଳ ପରିବେଶରେ ଶିକ୍ଷାଲାଭ କରିପାରିବେ, ସେଥିପାଇଁ ବିଦ୍ୟାଳୟ ଓ ସମାଜର ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହି ବୈଠକରେ ଶିକ୍ଷୟିତ୍ରୀ ଇନ୍ଦୁମତୀ ପଣ୍ଡା, ରତିଶ କୁମାର ଦାସ ଏବଂ ଶିଶୁ ଶ୍ରମ ବିରୋଧୀ ଅଭିଯାନ (ସିଏସିଏଲ୍‌)ର ଜିଲ୍ଲା ଆବାହକ ଉବାଚକ ମହାନ୍ତି ଉପସ୍ଥିତ ଥିଲେ। ଶିଶୁ ଶ୍ରମମୁକ୍ତ ସମାଜ ଗଠନ ପାଇଁ ବିଦ୍ୟାଳୟ, ଅଭିଭାବକ ଓ ସମାଜର ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଉପସ୍ଥିତ ସଦସ୍ୟମାନେ ଗୁରୁତ୍ୱ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ