ବିଶ୍ୱ ଧଳାବାଢି ଦିବସ ପାଳିତ

ବାଲେଶ୍ୱର(ସରୋଜ ପଣ୍ଡା): ଗୁରୁବାର ଦିନ ରାଣୀପାଟଣା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟରେ ବିଶ୍ୱ ଧଳାବାଢି ଦିବସ ପାଳିତ ହୋଇଯାଇଅଛି। ସକାଳ ୮ ଘଟିକା ସମୟରେ ଛାତ୍ରଛାତ୍ରୀ ମାନେ ହାତରେ ଧଳା ବାଢି ଧରି ଏକ ପଟୁଆରରେ ସହର ପରିକ୍ରମା କରିଥିଲେ। ଉକ୍ତ ରାଲିକୁ ଆନୁଷ୍ଠାନିକ  ଭାବରେ ବାଲେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ଶର୍ମିଷ୍ଠା ଦତ୍ତ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଧେଶକ ଶ୍ରୀଯୁକ୍ତ ଦିବାକର ସ ଓ ସମାଜସେବୀ ଶ୍ରୀଯୁକ୍ତ ପଦାରବିନ୍ଦ ମହାପାତ୍ର ଉପସ୍ଥିତ ଥିଲେ ପରେ ଜନ ସଚେତନତା ନିମନ୍ତେ ବିଭିନ୍ନ ନାରାବାଜି ସହ ସହର ପରିକ୍ରମା କରିଥିଲେ। ପରେ ଅନୁଷ୍ଠାନର ନିର୍ଦ୍ଧେଶକ ଶ୍ରୀଯୁକ୍ତ ସଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ଅଧକ୍ଷ ଶ୍ରୀଯୁକ୍ତ ଦିବାକର ସ  ସଭାପତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଉତ୍ସବର ପ୍ରାରମ୍ଭରେ ଛାତ୍ରୀମାନଙ୍କ ଦ୍ଵାରା ଏକ ପାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା।
ସଭାରେ ଉପସ୍ଥିତ ସମସ୍ତ ଶିକ୍ଷଶିକ୍ଷତ୍ରୀ ଧଳା ବାଢି ସାହାଯ୍ୟରେ କିପରି ଯାତାୟାତ କରିପାରୁଛନ୍ତି ସେହି ଉପରେ ଆଲୋକପାତ କରିଥିଲେ।ନିର୍ଦେଶକ ଶ୍ରୀଯୁକ୍ତ ଦିବାକର ସ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆଜି ହେଉଛି ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଆମ ପ୍ରିୟ ଏ. ପି. ଯେ ଅବଦୁଲ କଲାମଙ୍କ ଜନ୍ମ ଦିନ ଏବଂ ବିଶ୍ୱ ଧଳା ବାଢି ଦିବସ ମଧ୍ୟ। ଧଳାବାଢି ସାହାଯ୍ୟରେ ସେମାନଙ୍କର ଗମନା ଗମନ କିପରି ସୁଗମ ହୋଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ। ଶେଷରେ ଧନ୍ୟବାଦ ସହ ସଭାକାର୍ଯ୍ୟ ଶେଷ ହୋଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ