ଅଭିଯୁକ୍ତ ଯୁବକ ଗିରଫ, ଅଭିଯୁକ୍ତ ଗିରଫ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ ଟାରେ ଘରେ ପଶି ଜଣେ ୨୧ ବର୍ଷୀୟା ମାନସିକ ଅନଗ୍ରସର ଦିବ୍ୟାଙ୍ଗ ମୁକ ଯୁବତୀଙ୍କୁ ଜଣେ ଯୁବକ ବଳପୂର୍ବକ ଭାବେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଗିରଫ ଅଭିଯୁକ୍ତ ଯୁବକ ଙ୍କୁ ରବିବାର ସନ୍ଧ୍ୟାରେ ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଚୁଡୁଙ୍ଗପୁର ଗ୍ରାମର ପି. ସୀମା ପାତ୍ର(୪୦)। ଥାନା ମାମଲା ନଂ.୩୬୧/୨୬ ବିଏନ୍ଏସ ର ଦଫା -୩୩୩/୧୧୫(୨)/୬୪/୭୬/୬୨  ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ଉପ କାରାଗାର ବିଚାର ବିଭାଗୀୟ  ହାଜତକୁ ପଠାଇ ଦିଆଯାଇଛି। ଦିବ୍ୟାଙ୍ଗ ଯୁବତୀ ଜଣକ ଘରେ ଏକାକୀ ଖାଇ ବସିଥିବା  ବେଳେ ଅଭିଯୁକ୍ତ ତାଙ୍କ ଘରେ ପଶି ଭିତର ପଟୁ କବାଟ ପକାଇ ତାଙ୍କୁ ପ୍ରଥମେ ପୋଷାକ ଖୋଲି ଅସଦାଚରଣ କରିଥିଲେ। ପରେ ଯୁବକ ଜଣକ ଉଲଗ୍ନ ହୋଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ।ଯୁବତୀ ଜଣକ ତାଙ୍କ ହାତ ଛିଞ୍ଚାଡି ଦେଇ ପ୍ରତିରୋଧ କରିବାରୁ ସେ ଯୁବତୀ ଙ୍କ ମୁହଁ କୁ ଚାପୁଡ଼ା ,ମୁଥ  ମାରିବା ସହ ତାଙ୍କୁ ତଳେ ପକାଇ ମାଡ଼ି ବସିଥିଲେ। ସେ ଚିତ୍କାର କରିବାରୁ ଘର ବାହାରେ ଥିବା ତାଙ୍କ ସାନ ଭଉଣୀ ଦୌଡ଼ି ଆସିଥିଲେ।ଘର କବାଟ ଭିତରୁ ବନ୍ଦ ଥିବାରୁ ସେ  ସାହି ପଡୋଶୀ ଲୋକଙ୍କୁ ଡକାଇ କବାଟ ଖୋଲିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ପ୍ୟାଣ୍ଟ୍,ଗାମୁଛା,ଚପଲ ସେଠାରେ ଛାଡି ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଘର ବାରିପଟ ଦେଇ ଚମ୍ପଟ ମାରିବା ବେଳେ ଗାଁ ର କିଛି ବ୍ୟକ୍ତି ତାଙ୍କୁ ଚାରିପଟୁ ଘେରିଯାଇ କାବୁ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ।ପରେ ପୁଲିସ କୁ ହସ୍ତାନ୍ତର କରିଥିଲେ।ପୀଡ଼ିତା ଙ୍କ ସାନ ଭଉଣୀ ଏନେଇ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ