ଆଦାନୀ ଫାଉଣ୍ଡେସନର ‘ଉଡାନ’ କାର୍ଯ୍ୟକ୍ରମ

ଛତ୍ରପୁର,(ଓ୍ବାଇଏନଏସ):  ଗଞ୍ଜାମ ଜିଲ୍ଲାଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ  ୟୁରୋ ସ୍କୁଲ ର ବିଦ୍ୟାର୍ଥୀ ମାନେ ଶୁକ୍ରବାର ଆଦାନୀ ଫାଉଣ୍ଡେସନର ସ୍ୱତନ୍ତ୍ର କର୍ପୋରେଟ ସାମାଜିକ ଦାୟିତ୍ୱ (ସି ଏସ ଆର ) କାର୍ଯ୍ୟକ୍ରମ ‘ଉଡାନ’ ଅନ୍ତର୍ଗତ ଗୋପାଳପୁର ବନ୍ଦର ପରିଦର୍ଶନ କରିଥିଲେ। ଶ୍ରେଣୀକକ୍ଷର ଶିକ୍ଷା ସହିତ ଶିଳ୍ପ, ବାଣିଜ୍ୟ ଓ ଉଦ୍ୟୋଗ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ଓ ଉଦ୍ୟୋଗୀ ମନୋଭାବ ବିକଶିତ କରିବା ‘ଉଡାନ’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବନ୍ଦରରେ ପହଞ୍ଚିବା ପରେ ବିଦ୍ୟାର୍ଥୀ ମାନଙ୍କୁ ସମ୍ମିଳନୀ କକ୍ଷରେ ସ୍ୱାଗତ କରାଯିବା ସହ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ଓ ଆବଶ୍ୟକ ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଇଥିଲା। ପରେ ଗୋପାଳପୁର ବନ୍ଦରର କାର୍ଯ୍ୟପ୍ରଣାଳୀ ଉପରେ ଆଧାରିତ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହାପରେ ବିଦ୍ୟାର୍ଥୀ ମାନଙ୍କୁ ବନ୍ଦର କ୍ଷେତ୍ର ପରିଦର୍ଶନରେ ନିଆଯାଇଥିଲା। ସେଠାରେ ବନ୍ଦରର ବିଭିନ୍ନ ବର୍ଥ, ଅତ୍ୟାଧୁନିକ ଯନ୍ତ୍ରପାତିର ପରିଚାଳନା, ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ବିଭିନ୍ନ କଞ୍ଚାମାଲର ଆମଦାନୀ ଓ ରପ୍ତାନି ପ୍ରକ୍ରିୟା, ଜାହାଜ ପରିଚାଳନା, ସୁରକ୍ଷା ବ୍ୟବସ୍ଥା, ପରିବେଶ ସଂରକ୍ଷଣ ଓ ସାମୁଦ୍ରିକ ବାଣିଜ୍ୟରେ ବ୍ୟବହୃତ ଆଧୁନିକ ପ୍ରଯୁକ୍ତି ସମ୍ପର୍କରେ ବନ୍ଦରର ବିଭିନ୍ନ ବିଭାଗର ଅଧିକାରୀମାନେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ବିଦ୍ୟାର୍ଥୀ ମାନେ ବନ୍ଦରର ବାସ୍ତବ କାର୍ଯ୍ୟପ୍ରଣାଳୀକୁ ନିକଟରୁ ଦେଖିବା ସହ ବିଭିନ୍ନ ପ୍ରଶ୍ନ ପଚାରି ସେ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଏହି ଅବସରରେ ୟୁରୋ ସ୍କୁଲ ଅଧ୍ୟକ୍ଷ ରଞ୍ଜନ ମହାପାତ୍ର ‘ଉଡାନ’ କାର୍ଯ୍ୟକ୍ରମର ପ୍ରଶଂସା କରି କହିଥିଲେ, “ଉଡାନ ମାଧ୍ୟମରେ ବିଦ୍ୟାର୍ଥୀ ମାନେ ଆମ ଅଞ୍ଚଳର ଗୋପାଳପୁର ବନ୍ଦର ଭଳି ଏକ ବୃହତ୍ ଶିଳ୍ପ ପ୍ରତିଷ୍ଠାନର କାର୍ଯ୍ୟପ୍ରଣାଳୀକୁ ନିକଟରୁ ଜାଣିବାର ସୁଯୋଗ ପାଇଛନ୍ତି। ଏହି ଅନୁଭୂତି ସେମାନଙ୍କ ମନରେ ନୂତନ ଚିନ୍ତାଧାରା ସୃଷ୍ଟି କରିବା ସହ ଆଧୁନିକ ଶିଳ୍ପ ଓ ପ୍ରଯୁକ୍ତି ସମ୍ପର୍କରେ ବ୍ୟବହାରିକ ଜ୍ଞାନ ବୃଦ୍ଧି କରିବ। ଭବିଷ୍ୟତରେ ବୈଷୟିକ ଶିକ୍ଷା ଓ କ୍ୟାରିୟର ଗଠନରେ ଏହା ସେମାନଙ୍କ ପାଇଁ ନିଶ୍ଚିତ ଭାବେ ସହାୟକ ହେବ।” ଉଲ୍ଲେଖଯୋଗ୍ୟ ଯେ, ଆଦାନୀ ଫାଉଣ୍ଡେସନର ‘ଉଡାନ’ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାର୍ଥୀ ଙ୍କୁ ଆଦାନୀ ଗ୍ରୁପର ବିଭିନ୍ନ ବ୍ୟବସାୟ କ୍ଷେତ୍ର ସହ ପ୍ରତ୍ୟକ୍ଷ ଭାବେ ପରିଚିତ କରାଯିବା ସହ ସେମାନଙ୍କ ମଧ୍ୟରେ ବୃହତ୍ ଚିନ୍ତାଧାରା ଓ ନେତୃତ୍ୱ ମନୋଭାବର ବିକାଶ କରାଯାଉଛି। ଏହା ସହିତ ରାଷ୍ଟ୍ର ନିର୍ମାଣରେ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ଅବଦାନ ସମ୍ପର୍କରେ ଯୁବ ଶିକ୍ଷାର୍ଥୀଙ୍କୁ ଅବଗତ କରାଇବା ଏବଂ ଭବିଷ୍ୟତର କ୍ୟାରିୟର ସମ୍ଭାବନା ଅନ୍ୱେଷଣ ପାଇଁ ସେମାନଙ୍କୁ ପ୍ରେରିତ କରିବା ଏହି କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ