ନିଟ୍ ୟୁଜି ପାଇଲେ ନାଉଗାଁ ଛାତିଆନାର ଆଦିତ୍ୟ ମହାନ୍ତି

ନାଉଗାଁ , ୧୮/୭ (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଗାଁ ପଞ୍ଚାୟତ ଛାତିଆନା ଗ୍ରାମର ଦିଲ୍ଲୀପ କୁମାର ମହାନ୍ତି ଓ ଜୟଶ୍ରୀ ମହାନ୍ତିଙ୍କ ପୁତ୍ର ଆଦିତ୍ୟ ମହାନ୍ତି  | ତୁଳସୀ ଦୁଇପତ୍ର ରୁ ବାସିଲା ପରି ଆଦିତ୍ୟଙ୍କ ପିଲାଟି ବେଳରୁ ଜଣାପଡୁଥିଲେ ସେ ଦିନେନା ଦିନେ କିଛି ବଡ କରିବେ | ସତକୁ ସତ ସେ ଆଜି ନିଟ ୟୁଜି ଭାରତୀୟ ସ୍ତରରେ ମୋଟ ୭୨୦ ନମ୍ବରରୁ ୬୪୩ ନମ୍ବର ରଖି ୧୯୮୨ ରାଙ୍କ ରେ କୃତକାର୍ଯ୍ୟ ହୋଇଛନ୍ତି | ସେ ପ୍ରଥମେ ନିଜ ଗାଆଁ ଛାତିଆନା ପ୍ରାଥମିକ ବିଦ୍ୟାଳୟରୁ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଠ ପଢି ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ପରେ ରାହାମା ଜବହାର ନବୋଦୟ ବିଦ୍ୟାଳୟରେ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ସାରିବା ପରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଇଥିଲେ ଏବଂ ସଫଳତା ହାସଲ କରିପାରିଲେ  | ଏହି ସଫଳତା ପଛରେ ତାଙ୍କର ବାପା , ମାଆ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଶ୍ରେୟ ରହିଛି ବୋଲି କହିଛନ୍ତି | ତାଙ୍କ ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ