ଆନ୍ଧ୍ର ମତ୍ସ୍ୟଜୀବିଙ୍କୁ ଜ୍ୱାଇଁ ପୁଅ ଚର୍ଚ୍ଚା : ଓଡିଶା ମତ୍ସ୍ୟଜୀବିଙ୍କୁ ଅଣଦେଖା
ଛତ୍ରପୁର (ଓ୍ବାଇଏନଏସ) : ସମୁଦ୍ର ଅଶାନ୍ତ ବେଳେ ସୀମା ପାର ହେଉଛନ୍ତି ଆନ୍ଧ୍ର ମତ୍ସ୍ୟଜୀବି l ସମୁଦ୍ର ଅଶାନ୍ତ ପାଇଁ ଓଡିଶା ର ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ ଆନ୍ଧ୍ର ମତ୍ସ୍ୟଜୀବି ଙ୍କୁ ଜ୍ୱାଇଁ ପୁଅ ଭଳି ଚର୍ଚ୍ଚା କରୁଛି ଏଠାକାର ପ୍ରଶାସନ l ସମୁଦ୍ର ଭିତରକୁ ମାଛ ମାରିବାକୁ ନ ଯାଇ ପାରି ହାତ ବାନ୍ଧି ବସୁଥିବା ବେଳେ ଆନ୍ଧ୍ର ମତ୍ସ୍ୟଜୀବୀ ମନେ ସିମା ପାର କରି ଲୁଟି ନେଉଛନ୍ତି ସାମୁଦ୍ରିକ ସମ୍ପଦ l ଏହି ବେଆଇନ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ କେବେ ବୋଲି ପ୍ରଶ୍ନ କରିଛନ୍ତି ଆର୍ଯ୍ୟପଲ୍ଲୀ ଅଂଚଳ ର ମତ୍ସ୍ୟଜୀଵିମାନେ l ଲଘୁଚାପ ଜନିତ ବର୍ଷା ପାଇଁ ସମୁଦ୍ରର ଉଚ୍ଚ ଜୁଆର ଆସୁଛି, ଫଳରେ ସମୁଦ୍ର ଅଶାନ୍ତ ରହିଛି । ଏହାକୁ ଦୃଷ୍ଟିରେ ରଖି ଏସଆରସି ପକ୍ଷରୁ ଚଳିତ ମାସ ୪ ରୁ ୭ ତାରିଖ ପ୍ରର୍ଯ୍ୟନ୍ତ ମତ୍ସ୍ୟଜିବି ମାନଙ୍କୁ ସମୁଦ୍ରକୁ ଯିବାପାଇଁ ବାରଣ ରହିଛି ଏବଂ ଡଙ୍ଗାରେ ସମୁଦ୍ରକୁ ଯାଇ ମାଛ ଧରିବା ପାଇଁ ନିଷେଧ ରହିଛି । ଏପରିକି ଗଞ୍ଜାମ ମତ୍ସ୍ୟବିଭାଗ ପକ୍ଷରୁ ମଧ୍ୟ ସଚେତନତା କରାଯାଇଛି l ସରକାରଙ୍କ ନିୟମ ମାନି ଓଡିଶାର ମତ୍ସ୍ୟଜିବି ସମୁଦ୍ର ମଧ୍ୟକୁ ଯାଉ ନାହାନ୍ତି ସତ, କିନ୍ତୁ ସୀମା ପାର ହୋଇ ଆନ୍ଧ୍ରରୁ ଆସି ସାମୁଦ୍ରିକ ସମ୍ପଦ ନେଇଯାଉଛନ୍ତି ସେଠାକାର ମତ୍ସ୍ୟଜୀବି ମାନେ l ସେମାନଙ୍କ ଉପରେ ହେଉନାହିଁ କୈାଣସି କାର୍ଯ୍ୟାନୁଷ୍ଠାନ, ଏପରିକି ସେମାନଙ୍କୁ ଏଠି ସୁରକ୍ଷା ମଧ୍ୟ ଦିଆଯାଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମତ୍ସ୍ୟଜୀବି ନେତା ଏମ. ଦିଲ୍ଲୀପ l ଗଞ୍ଜାମ ଜିଲାରେ ସମୁଦ୍ର ଉପକୂଳ ବର୍ତୀ ୨୭ ଖଣ୍ଡ ସାମୁଦ୍ରିକ ଗାଁ ରହିଛି । ସେମାନଙ୍କ ଜିବିକା କହିଲେ ଦୈନିକ ସମୁଦ୍ରକୁ ଯାଇ ମାଛ ଧରିଲେ ପରିବାର ଚଳେ । ପାଣିପାଗ ବିଭାଗ ଓ ଏସଆରସି ପକ୍ଷରୁ ରାଜ୍ୟରେ ବର୍ଷା ହେବାକୁ ଥିବାରୁ ସମୁଦ୍ର ଅଶାନ୍ତ ରହିବ, ପବନର ବେଗ ଅଧିକ ରହିବା ସହ ଜୁଆର ମଧ୍ୟ ଅଧିକ ରହିବ ତେଣୁ ମତ୍ସ୍ୟଜିବିଙ୍କ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଚଳିତ ମାସ ୪ ରୁ ୭ ତାରିଖ ପ୍ରର୍ଯ୍ୟନ୍ତ ମତ୍ସ୍ୟଜିବି ମାନଙ୍କୁ ସମୁଦ୍ର ବାରଣ ରହିଛି । ଯାହାଫଳରେ ସମୁଦ୍ର ଅଶାନ୍ତ ସମେତ ପ୍ରଶାସନିକ ନିୟମକୁ ମାନି ସ୍ଥାନୀୟ ମତ୍ସ୍ୟଜିବି ଜୀବନକୁ ବାଜୀ ନଲଗାଇ ସମୁଦ୍ରକୁ ଯାଉ ନାହାନ୍ତି, ହେଲେ ଏହାର ସୁଯୋଗ ନେଇ ଆନ୍ଧ୍ରପ୍ରଦେଶର କାକିନଡା ଅଚଂଳରୁ ବହୁ ଟ୍ରଲର ଶହ ଶହ ମତ୍ସ୍ୟଜିବିମାନେ ଓଡିଶା ସୀମା ପାର କରି ଭିତରକୁ ପଶି ଆସି ବେଆଇନ ଭାବେ ମାଛ ଦରି ନେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ସେମାନଙ୍କ ପାଇଁ କଣ ନିୟମ ଅଲଗା ରହିଛି କି ବୋଲି ସ୍ଥାନୀୟ ମତ୍ସ୍ୟଜିବିମାନେ କହିଛନ୍ତି । ସେମାନଙ୍କ ବେଆଇନ ପ୍ରବେଶ ଓ ମାଛ ମାରିବା ଘଟଣା ଏବେ ସ୍ଥାନୀୟ ମତ୍ସ୍ୟଜିବିଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ସରକାରୀ ନିୟମ ମାନି ମତ୍ସ୍ୟଜିବିମାନେ ନିଜ ନିଜ ଡଙ୍ଗାକୁ କୂଳରେ ବାନ୍ଧି ରଖନ୍ତି । ଆନ୍ଧ୍ରର ମତ୍ସ୍ୟଜିବିମାନେ ଶକ୍ତିଶାଳୀ ମୋଟର ଏବଂ ପ୍ରତିବନ୍ଧଜ ଜାଲ ବ୍ୟବାହର କରି ଅଳ୍ପ ସମୟ ମଧ୍ୟରେ ପ୍ରଚୁର ମାଛ ଧରି ଚାଲିଯାଆନ୍ତି । ଯେତେବେଳେ ପାଣିପାଗ ସ୍ୱାଭାବିକ ହେବ ସେମାନଙ୍କୁ ଆଶାନୁରୂପ ମାଛ ମିଳୁନାହିଁ । ସେମାନଙ୍କ ରୋଜଗାର ହ୍ରାସ ହେଉଛି । ଯଦି ସେମାନେ ଅଧିକ ଲଘୁଚାପ ହେଲେ ସମୁଦ୍ରରେ ଫସି ଯାଆନ୍ତି ସେତେବେଳେ ପ୍ରଶାସନ ସେମାନଙ୍କ ସୁରକ୍ଷା ଯୋଗାଇ ଦେଇଥାନ୍ତି । ଗତ ୩ ଦିନ ତଳେ ଆନ୍ଦ୍ର ର କାକିନଡା ର୩୪ଟି ଟ୍ରଲର ଅଶାନ୍ତ ସମୁଦ୍ର ରେ ଫସି ଯିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୁରକ୍ଷା ଦିଆଯାଇଥିଲା କିନ୍ତୁ ଆମେ ଯଦି ବାରଣ ସ୍ୱତେ ସମୁଦ୍ରକୁ ଯାଇଥାନ୍ତୁ ତୁରନ୍ତ ଡଙ୍ଗା ଲାଇସେନ୍ସ ବାତିଲ କରାଯାଇଥାନ୍ତା, କାହିଁକି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଏବଂ ଯଦି ସେମାନେ ବେନିୟମ ଭାବେ ସୀମା ପାର କରି ଆସୁଛନ୍ତି ସେମାନଙ୍କ ବୋଟ,ଜାଲ ଏବଂ ମାଛକୁ ଜବତ କରିବାକୁ ଦାବୀ ହୋଇଛି । ମେରାଇନ ପୁଲିସର ପାଟ୍ରୋଲିଂ କଡାକଡି କରାଯାଉ । ଓଡିଶା ସୀମାରେ ଆନ୍ଧ୍ର ବୋଟର କାହିଁକି ଦାଦାଗିରି କାହିଁକି ଚୁପ ପ୍ରଶାସନ ବୋଲି ପ୍ରଶ୍ନ କରିଛନ୍ତି ଆର୍ଯ୍ୟପଲ୍ଲୀ ଅଂଚଳ ର ବହୁ ମତ୍ସ୍ୟଜୀବି ମାନେ l ନୀଳ ସମୁଦ୍ରର ଅଥଳ ଗର୍ଭ କେବଳ ସାମୁଦ୍ରିକ ଜୀବଙ୍କ ବାସସ୍ଥଳୀ ନୁହେଁ ,ବରଂ ପକୂଳ ଓଡିଶାର ହଜାର ହଜାର ମତ୍ସ୍ୟଜୀବୀ ପରିବାରର ଜୀବନ ଓ ଜୀବିକାର ମେରୁଦଣ୍ଡ । କିନ୍ତୁ ଆଜି ଏହି ନୀଳ ସମୁଦ୍ରର ଜଳରାଶି ଉପରେ ପଡୋଶୀ ରାଜ୍ୟ ଆନ୍ଧ୍ର ମାଡି ଆସୁଛି । ଆନ୍ଧ୍ରପ୍ରଦେଶର ଶତାଧିକ ମତ୍ସ୍ୟଜିବି ଆମ ଅଚଂଳକୁ ଆସି କୋଟି କୋଟି ଟଙ୍କାର ସାମୁଦ୍ରିକ ସମ୍ପଦ ଲୁଟ କରି ନେଇଯାଉଛନ୍ତି । ଏଠାକର ମତ୍ସ୍ୟଜିବିମାନେ କୂଳରେ ଡଙ୍ଗା ବାନ୍ଧି ଭୋକିଲା ପେଟରେ ଭବିଷ୍ୟତ ଚିନ୍ତା କରୁଥିବା ବେଳେ ଠିକ ସେହି ସମୟରେ ପଡୋଶୀ ଆନ୍ଧ୍ର ଓଡିଶାର ଜଳସୀମା ଭିତରକୁ ଅନୁପ୍ରବେଶ କରୁଛନ୍ତି । ଯେଉଁ ତିନି ରୁ ଚାରି ଦିନ ସମୁଦ୍ରକୁ ଯାଉନାହାନ୍ତି ଏହି ଶୂନ୍ୟତାର ସୁଯୋଗ ନିଅନ୍ତି ପଡୋଶୀ । ଏପରିକି ପଡୋଶୀ ରାଜ୍ୟ ମତ୍ସ୍ୟଜିବିମାନେ ମଧ୍ୟ ସ୍ପୀକାର କରିଛନ୍ତି ସେମାନେ ୧୫ ଦିନ ହେଲା ଓଡିଶାର ପୁରୀ ସମେତ ବିଭିନ୍ନ ଅଚଂଳକୁ ଆସି ମାଛ ଧରିଥାନ୍ତି । ଏପରିକି ଗୋଟିଏ ଗୋଟିଏ ବୋଟରେ ବେଳେ ବେଳେ ୧୦ ଲକ୍ଷରୁ ଅଧିକା ଟଙ୍କାର ମାଛ ପଡିଥାଏ ବୋଲି କହିଛନ୍ତି । ଓଡିଶାସମୁଦ୍ର ଜଳରାଶିରେ ପାଟ୍ରୋଲିଂ କମ ଥିବାରୁ ଏହାର ସୁଯୋଗ ନିଏ ପଡୋଶୀ ଆନ୍ଧ୍ର । ସ୍ଥାନୀୟ ମତ୍ସ୍ୟଜିବି ସଂଘ ପକ୍ଷରୁ ବାରମ୍ବାର ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ କୁହାଯାଉଥିଲେ ସୁଧା ବେଆଇନ ଅନୁପ୍ରବେଶ ଉପରେ ରୋକ ଲଗାଇବାରେ ବିଫଳ । ଯାହାକି ଓଡିଶା ଜଳସୀମାରେ ଆନ୍ଧ୍ର ଟ୍ରଲରଙ୍କ ରାଜୁତି । ଆନ୍ଧ୍ରର ଏହି ବେଆଇନ ପ୍ରବେଶରେ କେବେ ଜଗିବ ଓଡିଶା ପ୍ରଶାସନ ତାହା ଦେଖିବାକୁ ବାକି ରହିଲା ।


