ରାଜ୍ୟ ସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ଦେବାଶିଷ ପାତ୍ର ମନୋନୀତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ କଳିଗାଁ ଗ୍ରାମର ରମାକାନ୍ତ ପାତ୍ରଙ୍କ ପୁତ୍ର ଦେବାଶିଷ ପାତ୍ର ଚଳିତ ବର୍ଷ ରାଜ୍ୟ ସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁମନୋନୀତ ହୋଇଛନ୍ତି। ଦେବାଶିଷ ରାଉରକେଲାର ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଉଦିତନଗର ର ସାହିତ୍ୟ ଶିକ୍ଷକ ଭାବେ କାର୍ଯ୍ଯ କରୁଛନ୍ତି। ନିଜର ସ୍ଵତନ୍ତ୍ର ସାହିତ୍ୟ ଶିକ୍ଷାଦାନ ପଦ୍ଧତି , ସରଳ ବ୍ୟାକରଣ ଶିକ୍ଷାଦାନ ତଥା ସାହିତ୍ୟ ସୃଜନୀ ମାଧ୍ୟମରେ ସାହିତ୍ୟ ପ୍ରତି ଶିକ୍ଷାର୍ଥୀ ମାନଙ୍କ ରୁଚି ସୃଷ୍ଟି କରିବା ତଥା ସ୍କାଉଟ ଗାଇଡ ମାଧ୍ୟମରେ ପିଲାମାନଙ୍କ ଚରିତ୍ର ନିର୍ମାଣ ପାଇଁ ଚଳିତ ବର୍ଷ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସେ ଏହି ପୁରସ୍କାର ଗ୍ରହଣ କରିବେ। ସାରା ରାଜ୍ୟରେ ଶ୍ରେଷ୍ଠ ଦଶ ଜଣ ସାହିତ୍ୟ ଶିକ୍ଷକ ମଧ୍ୟରେ ନିଜର ନାମ ଆଣି ସେନିଜ ଗାଁ ତଥା ରାଉରକେଲା ପାଇଁ ଗୌରବ ଆଣିଛନ୍ତି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଗାୟତ୍ରୀ ସେଠୀ ତଥା ଅନ୍ୟ ସହକର୍ମୀ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


