ଅନନ୍ତ ଶ୍ରୀ ସୁଖରାମଜୀ ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ
ବାଲେଶ୍ଵର(ସରୋଜ ପଣ୍ଡା): ସୋମବାର ପୂର୍ବାହ୍ନ ୧୦ ଟା ସମୟରେ ଜମ୍ମୁକାଶ୍ମୀର ପହଲଗାମ ଆତଙ୍କୀ ଆକ୍ରମଣ କୁ ବିରୋଧ କରି ଅନନ୍ତ ଶ୍ରୀ ସୁଖରାମଜୀ ଟ୍ରଷ୍ଟ ବାଲେଶ୍ଵର ଶାଖା ପକ୍ଷରୁ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚାରି ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଅଛି। ଆତଙ୍କୀ ଆକ୍ରମଣର ଉଚ୍ଚସ୍ତରୀୟ ତଦନ୍ତ,ଘଟଣାର ସଡ଼ଯନ୍ତ୍ର ଏବଂ ଆତଙ୍କବାଦୀ ନେଟୱର୍କ ର ପର୍ଦ୍ଦାଫାସ କରିବା,ଘଟଣାର ସଂପୃକ୍ତ ଆତଙ୍କବାଦୀ ଓ ତାଙ୍କ ସମର୍ଥକ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ହିନ୍ଦୁ ସମ୍ପ୍ରଦାୟର ଧାର୍ମିକ ସ୍ଥଳୀ ଓ ଯାତ୍ରୀଙ୍କୁ ସ୍ଥାୟୀ ସୁରକ୍ଷା ଲାଗି କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଓ ସୁନିୟୋଜିତ ସୁରକ୍ଷା ନୀତି ଘୋଷଣା କରନ୍ତୁ ବୋଲି ଦାବି କରାଯାଇଛି।ଏଥିସହିତ ହିନ୍ଦୁ ଧାର୍ମିକ ସ୍ଥଳ କୁ ଯାଉଥିବା ଯାତ୍ରୀଙ୍କ ସ୍ଥାୟୀ ସୁରକ୍ଷା ଦାବି କରାଯାଉଛି।କେନ୍ଦ୍ର ସରକାର ଏହି ଘଟଣା ପରେ ଶୁନ୍ୟ ସହନଶୀଳ ନୀତି ଅଵଲମ୍ବନ କରିବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି। ଟ୍ରଷ୍ଟ ସରକାରଙ୍କ ଆତଙ୍କବାଦ ବିରୋଧ ନୀତି କୁ ସମର୍ଥନ କରୁଛି ବୋଲି ରାମ ସୁଖ ଭୁତ୍ରା ଓ ରାମ ସ୍ୱରୂପ ଭୁତ୍ରା କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ତେରା ରତନ ଭୁତ୍ରା, ବିନୋଦ ପେ୍ରିୱାଲ, ସତ୍ୟ ନାରାୟଣ ଚଣ୍ଡକ, ପୁନମ ଚାନ୍ଦ ଭୁତ୍ରା ପ୍ରମୁଖ ଉପସ୍ଥିତ ଥିଲେ।