ମା’ସ୍ୱର୍ଣ୍ଣମୟୀଙ୍କ ପୀଠରେ ବାର୍ଷିକ ଉତ୍ସବ
ବନ୍ତ,(ଚାନ୍ଦିନୀ ମହାନ୍ତି) : ପ୍ରତିବର୍ଷ ପରି ଚଳିତ ବର୍ଷ ମହା ବିଷୁବ ସଂକ୍ରାନ୍ତୀ ଅବସରରେ ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଭଣ୍ଡାରଗଢିଆ ଗ୍ରାମରେ ମା’ସ୍ୱର୍ଣ୍ଣମୟୀ ଦେବୀଙ୍କ ପୀଠରେ ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି । ନିଳୋକ ମହାଦେବ ପୁଷ୍କରିଣୀରୁ କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ରଘୁନାଥ ନାୟକ, କୃଷ୍ଣ ଚନ୍ଦ୍ର ଲେଙ୍କା, ପର୍ଶୁରାମ ନାୟକ, ଅଭିମନ୍ୟୁ ରାଉତ, ଧ୍ରୁବ ଚରଣ ଲେଙ୍କା, ସଂଗ୍ରାମ କେଶରୀ ଲେଙ୍କା, ବଟକୃଷ୍ଣ ରାଉତ, କୃପାସିନ୍ଧୁ ମହାନ୍ତି, ପ୍ରଦୀପ ଜେନା, ରମେଶ ଲେଙ୍କା, କୁୁଳମଣି ଲେଙ୍କା, ଯତିନ୍ଦ୍ର ମହାନ୍ତି, କୌଶଲ୍ୟା ନାୟକ, ରେଣୁବାଳା ନାୟକ, ପ୍ରିୟଙ୍କା ସ୍ୱାଇଁ ପ୍ରମୁଖ କଳସ ଆଣିଥିଲେ । ଏଥିରେ ପୂଜକ ଭାବେ ପଦ୍ମନାଭ ପଣ୍ଡା, ନାରାୟଣ ଦ୍ୱିବେଦୀ, ବସନ୍ତ ମିଶ୍ର ପୂଜା କାର୍ଯ୍ୟ ତୁଲାଉଛନ୍ତି । ଆସନ୍ତା ୧୯ ତାରିଖରୁ ୩ ଦିନ ଧରି ଗାୟକ ଲକ୍ଷ୍ମୀଧର ରାଉତଙ୍କ ଦ୍ୱାରା ପାଲା ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ଦୀର୍ଘ ୫୦୦ ବର୍ଷ ପୂର୍ବରୁ ପଣା ସଂକ୍ରାନ୍ତି ଦିନ ମା’ଙ୍କ ପୀଠରେ ପୂଜା ଯଜ୍ଞ ଅନୁଷ୍ଠିତ ହୋଇ ଆସୁଅଛି । ୩ ଦିନ ବ୍ୟାପୀ ଅନୁଷ୍ଠିତ ଏହି ପୂଜା ଯଜ୍ଞରେ ଆଖପାଖ ଅଂଚଳର ଶହଶହ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି ।


