ମାଟି ତଳୁ 2 କୋଟି ଟଙ୍କାର ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ପୋଲିସ ମାଟି ତଳୁ ଗାତ ଖୋଳି 2010 କେଜି ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି. ଜବତ ଗଞ୍ଜେଇର ମୂଲ୍ୟ 2 କୋଟିରୁ ଉର୍ଦ୍ଧ ହେବ ବୋଲି ପୋଲିସ ପକ୍ଷରୁ ଜଣାପଡିଛି.  ରା.ଉଦୟଗିରି ଏସ୍‌ଡିପିଓ ରାକେଶ କୁମାର ସାହୁ ଜଣାଇଛନ୍ତିଯେ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗଜପତି ଜିଲ୍ଲାର କିରମା ପଞ୍ଚାୟତର ବିମାନପୁର ଗ୍ରାମରେ ଚଢାଉ କରାଯାଇଥିଲା.  କିଛି ବ୍ୟକ୍ତିଙ୍କ ଘର ନିକଟରେ ବିପୁଳ ପରିମାଣର ଗଞ୍ଜେଇ ପୋତା ଯାଇଥିବା ସୂଚନା ମିଳିଥିଲା । ଏହି ସମୟରେ ଜଣେ ବ୍ୟକ୍ତିଙ୍କ ଘର ନିକଟରେ ମାଟି ଖୋଳି ଭିତରେ ଗଞ୍ଜେଇ ଲୁଚାଇ ରଖିଥ‌ିବା ଜଣା ପଡିଥିଲା. ତେଣୁ ତାଙ୍କ ଘରେ ମାଟି ଖୋଳିବା ପରେ ୬୭ ବସ୍ତାରେ ଗଞ୍ଜେଇ ରଖାଯାଇଥିବା ଦେଖିବାକୁ ପାଇଥିଲେ। ଏ ସମସ୍ତ ଗଞ୍ଜେଇ ବସ୍ତାକୁ ଜବତ କରି ଓଜନ କରାଯିବାରେ ଏଥିରେ 2010 କେଜି ଗଞ୍ଜେଇ ରହିଥିବା ଜଣା ପଡିଥିଲା. ଏହାର ଆନୁମାନିକ ମୂଲ୍ୟ 2 କୋଟିରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ପ୍ରଦାନ କରି କହିଛନ୍ତି ଆର. ଉଦୟଗିରି ଥାନାରେ କେଶ ନଂ – 55 ରେ ମକଦ୍ଦମା ରୁଜୁ କରାଯାଇ ଏନଡିପିଏସ ଆଇନ ଅନୁଯାୟୀ ତଦନ୍ତ ଜାରି ରହିଛି. ଏହି ଚଢଉ ପୂର୍ବରୁ ଗଞ୍ଜେଇ ମାଫିଆମାନେ ଘର ଛାଡି ଆତ୍ମଗୋପନ କରିଥିବା ଯୋଗୁଁ ଏହି ଘଟଣାରେ କାହାକୁ ଗିରଫ କରାଯାଇପାରିନାହିଁ. ଅତି ତୁରନ୍ତ ଏଥିରେ ସମ୍ପୃକ୍ତ ମାଫିଆମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ପ୍ରଦାନ କରି କହିଛନ୍ତି ଗଜପତି ଜିଲ୍ଲାରେ ଗଞ୍ଜେଇ ଚୋରା କାରବାରକୁ ସମ୍ପୂର୍ଣ ବିଲୋପ ପାଇଁ ଏଭଳି ଚଢାଉ ଜାରି ରହିଥିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ