ଶ୍ରୀଗୋପାଳଜୀୟୁଙ୍କ ମନ୍ଦିର ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ମକ୍କଦ୍ଦମ ପରିବାରର କୂଳଦେବତା ଶ୍ରୀ ଶ୍ରୀଗୋପାଳଜୀୟୁଙ୍କ ମନ୍ଦିର ପ୍ରତିଷ୍ଠାର ପଞ୍ଚମ ବାର୍ଷିକ ଉତ୍ସବ ଶ୍ରୀଜୀୟୁଙ୍କ ମନ୍ଦିର ପରିସରରେ ଅନୁଷ୍ଠିିତ ହୋଇଯାଇଛି। ଏହି ଉପଲକ୍ଷେ ଶ୍ରୀଜୀୟୁଙ୍କ ମନ୍ଦିରରେ ପ୍ରାତଃରେ କଳସ ସ୍ଥାପନ କରାଯିବା ପରେ ଅଙ୍କୁରରୋପଣ, ସୂର୍ଯ୍ୟପୂଜା, ମହାସ୍ନାନ, ହୋମଯଜ୍ଞ, ଗୀତାଯଜ୍ଞ ସହିତ ଷୋଡଶ ଉପଚାରରେ ପୂଜା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନ ଅଧିକାରୀ ପ୍ରବୋଧ କୁମାର ଦାସ ଏବଂ ଗୀତାଞ୍ଜଳି ଦାସ କର୍ତ୍ତା ଓ କର୍ତ୍ତୀ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ। ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ବିଜୟ କିଶୋର ଦାସ, ସନ୍ତୋଷ କୁମାର ଦାସ, ଗୈାରଗୋପାଳ ଦାସ, ବ୍ରଜଗୋପାଳ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପୂଜକ ଭାବରେ ଲକ୍ଷ୍ମୀଧର ମହାପାତ୍ର କାର୍ଯ୍ୟନିର୍ବାହ କରିଥିଲେ। ଗ୍ରାମର ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦାଶ, ଅଧିକାରୀ ରସାନନ୍ଦ ଦାଶ, ସରୋଜକାନ୍ତ ପତି, ଆକୁଳାନନ୍ଦ ବେହେରା, ନକୁଳାନନ୍ଦ ବେହେରା, ଅକ୍ଷୟ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


