ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ

କୋଣାର୍କ(ଓ୍ବାଇଏନଏସ):  ପର୍ଯ୍ୟଟନସ୍ଥଳୀ କୋଣାର୍କ ତଥା ଅଖାପଖ ଅଂଚଳରେ ବ୍ରାଉନସୁଗାର ସହିତ ଚୋରା ବିଦେଶୀ ମଦ କାରବାର ବେଧଡକ ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ନିଶା ନିବାରଣ କାର୍ଯ୍ୟକ୍ରମ ଲୋକ ଦେଖାଣିଆ ବୋଲି କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ, ସଚେତନ ନାଗରିକ, ବରିଷ୍ଠ ନାଗରିକ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଜୋରଦାର ହେଉଛି । ଖବରରୁ ପ୍ରକାଶ ଯେ ଶୁକ୍ରବାର ଆନ୍ତର୍ଜାତୀୟ ନିଶା ନିବାରଣ ଶୋଭାଯାତ୍ରା କୋଣାର୍କ ଠାରେ ଲୋକ ଦେଖାଣିଆ ଭାବେ ଅନୁଷ୍ଠିତ ହୋଇଥିଲା ବେଳେ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ସାମାଜିକ ସଂଗଠନର ବ୍ଯକ୍ତି ବିଶେଷ ମାନଙ୍କୁ ଅବକାରୀ ବିଭାଗ ପକ୍ଷରୁ ଅଣଦେଖା କରାଯାଇ ଛୋଟ ଛୋଟ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଆୟୋଜନ କରିବା ବୁଦ୍ଧିଜୀବୀ ମହଲରେ ଏହା ଏକ ଲୋକ ଦେଖାଣିଆ ଓ ଲକ୍ଷ୍ଯ ହୀନ କାର୍ଯ୍ୟକ୍ରମ ବୋଲି ସାଧାରଣରେ ଆଲୋଚନା ହେଉଛି। ଅପରପକ୍ଷେ କୋଣାର୍କ ତଥା ଆଖପାଖ ଅଞ୍ଚଳରେ ଦିନକୁ ଦିନ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଇ ଯୁବକ ସମାଜ ନିଶାରେ ମଜଗୁଲ ହୋଇ ଅସମାହିତ କାର୍ଯ୍ୟ ଲିପ୍ତ ରହୁଥିବା ନେଇ ଅବକାରୀ ବିଭାଗର ଦାୟିତ୍ବହୀନତା ଓ ଖାମଖିଆଲି ମନୋଭାବ କୁ ପଦାରେ ପକାଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ମାତ୍ର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହେଉ ନ ଥିବାରୁ ଏଭଳି ବେଆଇନ ନିଶା କାରବାର ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି। ବର୍ଷ କୁ ଥରେ ନାମକୁ ମାତ୍ର ସଚେତନତା କରାଯାଉଥିବାବେଳେ ଚୋରା ବିଦେଶୀ ମଦ ଓ ବ୍ରାଉନସୁଗର କାରବାର କରୁଥିବା ବେପାରୀଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି । ଜୋରଦାର ଚଢ଼ାଉ ନହେବାରୁ ଖୁଲମଖୁଲା ଚାଲିଛି ଏହି ବେପାର। ଦୈନିକ ଲକ୍ଷାଧିକ ଟଙ୍କାର ନିଶା କାରବାର ହେଉଥିବା ନେଇ ବିଭିନ୍ନ ସୂତ୍ରରୁ ଜଣାପଡିଛି।ବିଭିନ୍ନ ନିଶା ସାମଗ୍ରୀ ଖୋର୍ଦ୍ଧା, ନୟାଗଡ଼,ଜଗତସିଂହପୁର ଅଞ୍ଚଳରୁ ଦାମୀ କାରରେ ଆସି କୋଣାର୍କ ବିଭିନ୍ନ ଗ୍ରାମାଞ୍ଚଳର ଜଙ୍ଗଲ ନିକଟ ନିଛାଟିଆ ଅଂଚଳରେ ସ୍ଥାନୀୟ ଯୁବକଙ୍କୁ ଲକ୍ଷଧିକ ଟଙ୍କାରେ ବିକ୍ରି କରୁଥିବାବେଳେ ଏ ନେଇ ଅବକାଶ ବିଭାଗ ଓ ପୁଲିସ ପାଖରେ କୌଣସି ଖବର ନରହିବା ଚିନ୍ତାର କାରଣ ପାଲଟିଛି । ବିଶେଷକରି ଜଙ୍ଗଲରେ ଏବେ ଏହି ନିଶା ବେପାରି ମାନେ ନିଜର ଆଡ୍ଡା ଜମାଇ ଏଠାରେ ବ୍ରାଉନସୁଗର ସହିତ ଗଞ୍ଜେଇ,ଦେଶୀ ଓ ବିଦେଶୀ ମଦର ପ୍ରଚୁର ବେପାର କୋଡ଼ ୱାର୍ଡ ରେ କରିଥାନ୍ତି । କୋଣାର୍କ ଅବକାରୀ ଥାନା ଓ କୋଣାର୍କ ଥାନା ଏନେଇ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନନେବା ନିଶା ବେପାରୀଙ୍କୁ କାରବାର ପାଇଁ ଖୋରାକ ଯୋଗାଇଛି । ବିଭିନ୍ନ ଗ୍ରାମକୁ ଯାଦୁ ଭଳି ମାଡ଼ି ଚାଲିଛି ଏହି ବେପାର। ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ପୂର୍ବକ ଜିଲ୍ଲା ଏସପି ଓ ଅବକାରୀ ଅଧିକ୍ଷକ ମିଳିତ ଭାବେ ଏକ ସ୍ୱତନ୍ତ୍ର ଟିମି ଗଠନ କରି ଚଢ଼ାଉ କରାଗଲେ ଏହି ନିଶାବେପାର ଉପରେ ରୋକ ଲଗାଯାଇ ପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ