ଶାଳଣିଆଁରେ ପାରିବାରିକ କଳହକୁ ନେଇ ଆକ୍ରମଣ, ସୁରକ୍ଷା ଦେଇ ପାରିଲାନି ପୁଲିସ
ହାଟଡିହି,(ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଶାଳଣିଆ ଗ୍ରାମର ଅନିରୁଦ୍ଧ ବେହେରା ଓ ଅରବିନ୍ଦ ବେହେରା ଙ୍କ ପରିବାର ଭିତରେ ଜମି ବାଡି ବିବାଦ ଲାଗିରହିଛି। ଗତ ମାର୍ଚ୍ଚ ୧୮ ତାରିଖରେ ଅରବିନ୍ଦ ବେହେରା ଅନିରୁଦ୍ଧଙ୍କ ପରିବାର ଲୋକଙ୍କୁ ଅଶ୍ମିଳ ଭାଷାରେ ଗାଳି ଗୁଲଜ ସହ ମରଣାତ୍ମକ ଆକ୍ରମଣ କରିଥିବା ନେ଼ଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ଏହା ସହ ତାଙ୍କ ଝିଅ ଓ ସ୍ତ୍ରୀ ଏହାର ପ୍ରତିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ସ୍ଥାନୀୟ ନନ୍ଦିପଦା ଥାନାରେ ବହୁବାର ଅଭିଯୋଗ ପରେ ମାମଲା ରୁଜୁ ନହେବାରୁ ପୀଡ଼ିତଙ୍କ ପୁଅ ଅଭୟାନନ୍ଦ ବେହେରା ପୋଲିସ ମହାନିର୍ଦ୍ଦେଶକ ପାଖରେ ମାର୍ଚ୍ଚ ୧୯ ତାରିଖରେ ଅଭିଯୋଗ କରିଥିଲେ। ପରେ ନନ୍ଦିପଦା ପୋଲିସ୍ ଏକ ମାମଲା ଏଫଆର୍ ନଂ ୯୪ ତା୨୦.୦୩.୨୫ ରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୨୬(୨), ୨୯୬, ୧୧୫(୨), ୩୫୧(୨), ୩(୨) ଅନୁଯାୟୀ ମାମଲା ରୁଜୁ କରିଥିଲା। କିନ୍ତୁ ପୁଲିସ ସେପରି କୌଣସି ଠୋସ ଠୋସ ପଦକ୍ଷେପ ଗ୍ରହଣ କରି ନଥିଲା। ଏପରିକି ଅନିରୁଦ୍ଧଙ୍କ ପରିବାର ଲୋକେ ଏନେଇ ପୁଲିସ ଡିଜି, ଏସ ପି ପ୍ରମୁଖଙ୍କ ନିକଟରେ ଗୁହାରୀ କରି ନ୍ୟାୟ ଭିକ୍ଷା କରିଥିଲେ। ଆଜି ପୁନର୍ବାର ଅରବିନ୍ଦ ବେହେରା ଓ ତାଙ୍କ ପରିବାର ଲୋକେ ଅନିରୁଦ୍ଧଙ୍କ ସ୍ତ୍ରୀ ଅହଲ୍ୟାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅହଲ୍ୟା ଙ୍କୁ ଭଦ୍ରକ ଡ଼ାକ୍ତରଖାନାରେ ଭର୍ତି କରଯାଇଛି। ଖବର ପାଇ ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି।