ବାଲେଶ୍ଵର ବିଜେପି ପକ୍ଷରୁ ସମ୍ମାନ ଅଭିଯାନ
ବାଲେଶ୍ବର (ସରୋଜ ପଣ୍ଡା): ବୁଧବାର ଅପରାହ୍ନ ୪ ଘଟିକା ସମୟରେ ବାଲେଶ୍ଵର ବିଜେପି ତରଫରୁ ରେମୁଣା ବିଜେପି କାର୍ଯ୍ୟଳୟରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଏକ ସମ୍ମାନ ଅଭିଯାନ ସଭା ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ସନ୍ତୋଷ କୁମାର ସେଠୀ (ଶାସ୍ତ୍ରୀ)ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ପୂର୍ବତନ ବିଧାୟକ ସାରସକଣା ତଥା ରାଜ୍ୟ ସଂଯୋଜକ ଡକ୍ଟର ବୋଧାନ ମୁର୍ମୁ, ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଶୋଭଙ୍କର ମହାପାତ୍ର, ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ସମ୍ପାଦକ ବିଜୟ କୁମାର ସାହୁ, ରାଜ୍ୟ ମୁଖପାତ୍ର ବିଭୂପଦ ଦାସ, ଜିଲ୍ଲା ପୂର୍ବତନ ସଭାପତି ଲମ୍ବୋଦର ନାୟକ, ଜିଲ୍ଲା ଜନଜାତି ମୋର୍ଚ୍ଚା ସଭାପତି ବିପିନ ମାରାଣ୍ଡି, ପୂର୍ବତନ କୋଷାଧ୍ୟକ୍ଷ ଭଗବାନ ଗୋପ୍ତା, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ୧୫ ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ ଅବସରରେ ବସ୍ତି ଚାଲ ଅଭିଯାନ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଉପସ୍ଥିତ ଅତିଥିମାନେ ନିଜ ନିଜ ଅଭିଭାଷଣରେ ବାବା ସାହେବଙ୍କ ଜୀବନୀ ସମ୍ବନ୍ଧରେ ଉପସ୍ଥିତ କର୍ମକର୍ତ୍ତାଙ୍କୁ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ରେମୁଣାର ସମସ୍ତ ବରିଷ୍ଠ କନିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।