ଭାରତୀୟ ସମ୍ବଧାନର ପ୍ରଣେତା ଭାରତ ରତ୍ନ ଡଃ ଭୀମରାଓ ଆମ୍ବେଦକର ସମ୍ମାନ ଅଭିଯାନ କାର୍ଯ୍ୟକ୍ରମ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ଯାତ୍ରୀ ନିବାସ ପରିସରରେ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ  ଭୀମରାଓ ଆମ୍ବେଦକର ସମ୍ମାନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ଡ଼ଃ ଦେବେନ୍ଦ୍ର ତରାଇଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜଗସିଂହପୁର ଲୋକପ୍ରିୟ  ସାଂସଦ ଡଃ ବିଭୁ ପ୍ରସାଦ ତରାଇ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ଓ ସୁରେନ୍ଦ୍ର ସେଠୀ, ପୂର୍ବତନ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଆମ୍ବେଦକର ସମ୍ମାନ ଅଭିଯାନ ଜିଲ୍ଲା ସଂଯୋଜକ ନଟବର ସ୍ବାଇଁ, ସହ ସଂଯୋଜକ ସୋହନ ପଶୋରିଆ, ପ୍ରଦୀପ ପାତ୍ର, କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଦଳିତ ମାନେ ମୂଖ୍ୟ ସ୍ରୋତରେ ସାମିଲ ହେଲେ ଭାରତ ବର୍ଷକୁ ଆଗକୁ ନେଇ ପରିବା ବୋଲି ସାଂସଦ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ  ୪୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ମାନେ ଯୋଗଦେଇଥିଲେ। ଏହି ଅବସରରେ କୋଣାର୍କ ସଙ୍ଗଠକ ରଶ୍ମି ରଞ୍ଜନ ବିଶ୍ଵାଳ, କୋଣାର୍କ ମଣ୍ଡଳ ସଭାପତି ଗୋପୀନାଥ ସ୍ବାଇଁ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ଅସ୍ତରଙ୍ଗ ସଙ୍ଗଠକ ଦିବାକର ଛାଟୋଇ, ରାକେଶ ବିଶ୍ୱାଳ, ସାଂସଦ ପ୍ରତିନିଧି ସୁଦର୍ଶନ ସ୍ବାଇଁଙ୍କ ସମେତ କାକଟପୁର, ଅସ୍ତରଙ୍ଗ, ଗୋପ ଓ ପୁରୀର ଅନେକ କର୍ମକର୍ତା ମାନେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ