ବାଇକ ଦୁର୍ଘଟଣା: ବାପା ଓ ମା ଗୁରୁତର
ଛତ୍ରପୁର, (ଓ୍ବାଇଏନଏସ) : ସଡକ ଦୃର୍ଘଟଣାରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ୨ବର୍ଷର ଶିଶୁ କନ୍ୟା ଅଳ୍ପକେ ବର୍ତି ଯାଇଛନ୍ତି । ଏଭଳି ଘଟଣା ଛତ୍ରପୁର ଥାନା ଅଧିନ ଜାତୀୟ ରାଜପଥ ଭାଗ୍ୟଲକ୍ଷ୍ମୀନଗର ନିକଟରେ । ଏକ ବାଇକ ଯୋଗେ ଗଞ୍ଜାମ ପରିବହନ ବିଭାଗରେ କାର୍ଯ୍ୟରତ ବିଶ୍ୱ ରଞ୍ଜନ ଙ୍କ ପରିବାର ନୟାଗଡରୁ ଛତ୍ରପୁର ଅଭିମୁଖେ ଆସୁଥିବା ବେଳେ ଭାଗ୍ୟଲକ୍ଷ୍ମୀନଗର ଠାରେ ବାଇକ ଭାରସ୍ୟାମ ହରାଇ ଏକ ଡିଭାଇଡର ସହ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ତିନି ଜଣ ଛିଟିକି ପଡିଥିଲେ । ଚାଳକ ବିଶ୍ୱ ରଞ୍ଜନ ଓ ସ୍ତ୍ରୀ ସୁଷମା ପଣ୍ଡା ଗୁରୁତର ଆହତ ହୋଇଥିବା ବେଳେ ୨ବର୍ଷର ଶିଶୁ କନ୍ୟା ସାମାନ୍ୟ ଆଘାତ ଲାଗିଥିଲା । ତୁରନ୍ତ ଦେବଦୂତ ସାଜିଥିଲେ ଛତ୍ରପୁର ଅଗ୍ନିଶ୍ରମ ଅଧିକାରୀ ଧନୁଞ୍ଜୟ ମଲ୍ଲିକ ସେ ତୁରନ୍ତ ଦୁଇ ଆହତଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲ ସ୍ଥାନାନ୍ତର କରିଥିଲେ । ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଛି । ଶିଶୁ କନ୍ୟାକୁ ଅଗ୍ନିଶ୍ରମ ଅଧିକାରୀ ନିଜେ ଘରକୁ ସୁରକ୍ଷିତ ଭାବେ ରଖିଥିଲେ ପରେ ପରିବହନ ବିଭାଗକୁ ହସ୍ତାନ୍ତର କରିଥିଲେ । ବର୍ତମାନ ଏବେ ବିଶ୍ୱ ରଞ୍ଜନଙ୍କ ସ୍ତ୍ରୀ ବ୍ରହ୍ମପୁର ମେଡିକାଲରେ ଆଇୟୁସି ରେ ଚିକିତ୍ସା ଜାରି ରହିଛି ମୁଣ୍ଡକୁ ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି । ବିଶ୍ୱ ଗଞ୍ଜାମ ଅଗସ୍ତିନୁଆଗାଁ ସ୍ଥିତ ପରିବହନ କାର୍ଯ୍ୟାଳୟରେ ଡାଡା ଏଂଟ୍ରି କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ।


