ବାଲାଜୀ କଲଚର ସୋସାଇଟି ପକ୍ଷରୁ କଲ୍ୟାଣ ଉତ୍ସବ ପାଳିତ

ଛତ୍ରପୁର, (ଓ୍ବାଇଏନଏସ): ପବିତ୍ର ଅକ୍ଷୟତୃତୀୟା ଅବସର ରେ ଛତ୍ରପୁର ବାଲାଜୀ କଲଚର ସୋସାଇଟି ର ୨୦ତମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି l ଏହି ଅବସର ରେ ତାଡେ଼ପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ରେ ଥିବା  ଶ୍ରୀ ଭେଙ୍କଟଶ୍ଵର ଭଗବାନ ଙ୍କ ବିବାହ ଉତ୍ସବ ପାରମ୍ପରିକ ରୀତିନୀତି ଅନୁସାରେ ରେ ପାଳିତ ହୋଇଯାଇଛି l ତିନିଜଣ ଦମ୍ପତି ଯଥା ଵି. ଶ୍ରୀନିବାସ ତାଙ୍କର ପତ୍ନୀ ଵି. ଉମା ଶ୍ରୀନିବାସ, ପି. ଲିଙ୍ଗରାଜ ତାଙ୍କର ପତ୍ନୀ ପି. କ୍ରିଷ୍ଣାବେଣୀ ଏବଂ କେ. ରାମାରାଓ ତାଙ୍କର ପତ୍ନୀ କେ. ପଦ୍ମଜା କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ l ପୂର୍ବାହ୍ନ ରେ ସୁପ୍ରଭାତ ସେବା, ଅଭିଷେକ ଓ ପୂଜାର୍ଚ୍ଚନା ସରିବା ପରେ ପ୍ରଭୂ ଙ୍କୁ ସୁ ସର୍ଜିତ ରଥ ରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ନଗର ପରିକ୍ରମା କରି ମା ରାମାୟଣାମ୍ମା ଠାକୁରାଣୀ ମନ୍ଦିରନିକଟରେ ଥିବା ସୌଭାଗ୍ୟକଲ୍ୟାଣ ମଣ୍ଡପ ରେ ପ୍ରଭୂ ଙ୍କ କଲ୍ୟାଣ ଉତ୍ସବ ପୂଜକ ରଙ୍ଗଭାଟଲ ଧନଞ୍ଜୟ ଆଚାରୁଲୁଙ୍କ ଅଧ୍ୟକ୍ଷତା ରେ ବିଭିନ୍ନ ପୂଜାର୍ଚନା କରିଥିଲେ l ଏହାସହିତ ଡ଼ଃ ଆଇ ମନମାଧ ରାଓ ଏବଂ ତାଙ୍କ ଟିମ ସନାଇ ସହିତ ବିଭିନ୍ନ ମ୍ୟୁଜିକ ବଜାଇ ଥିଲେ l ଅପରାହ୍ନ ରେ ପ୍ରଭୂ ଙ୍କୁ ପୁଣି ସୁସର୍ଜିତ ରଥ ରେ ନଗର ପରିକ୍ରମା କରି ଜଗନ୍ନାଥ ମନ୍ଦିର କୁ ନିଆଯାଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ଆଇନଜୀବି ଵି. ଶ୍ରୀନିବାସ ପରିଚାଳନା କରିଥିଲେ l ଏଥିରେ ସୋସାଇଟି ର ବହୁ ସଭ୍ୟ ଏବଂ ସଭ୍ୟା ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ