ୟୁକୋ ବ୍ୟାଙ୍କ ସମ୍ମୁଖରୁ ବାଇକ ଚୋରି : ପୁଲିସର ତଦନ୍ତ ଜାରି

ଧାମନଗର(ଓ୍ବାଇଏନଏସ): ଧାମନଗର ଥାନା ନିକଟରୁ ୧୦୦ ମିଟର ଦୂର ଯୁକୋ ବ୍ୟାଙ୍କ ସମ୍ମୁଖରୁ ଦିନଦ୍ୱିପହରେ ଏକ ବାଇକ୍ ଚୋରି ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ସୁଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର କୋରିଗାଁ ଗ୍ରାମର ବିଜୟ ସଂଖୁଆ ନିଜ ବାଇକ୍ (ନଂ- ଓଡି ୨୨ ଏଫ ୫୪୫୯) ଯୋଗେ ଦିନ ପ୍ରାୟ ୧୧ ଟା ସମୟରେ ଧାମନଗର ୟୁକୋ ବ୍ୟାଙ୍କକୁ କୌଣସି କାର୍ଯ୍ୟରେ ଯାଇଥିଲ। ବ୍ୟାଙ୍କ କାମ ସାରି ବାହାରକୁ ଆସି ଦେଖିଲା ବେଳକୁ ଉକ୍ତ ସ୍ଥାନରେ ଗାଡ଼ିଟି ନାହିଁ। ବାଇକ ଆରୋହୀ ବହୁ ଖୋଜାଖୋଜି କଲେ ମଧ୍ୟ ନପାଇବାରୁ କିଏ ବାଇକ ଚୋରି କରି ନେଇଥିବା ସନ୍ଦେହ ସୃଷ୍ଟି ହୋଇଥିଲା।ଏନେଇ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି କ୍ୟାମେରା ଯାଞ୍ଚ କରିବାରୁ ଚୋରିର ପର୍ଦ୍ଦାଫାଶ ହୋଇଥିଲା। ତେବେ ଧାମନଗର ହବିବିନଗର ଗ୍ରାମର ସେକ ଇସଲାମଙ୍କ ପୁଅ ସେକ ରାଜା ବାଇକ ଟିକୁ ଚୋରି କରିଥିବା ଜଣାପଡ଼ିଥିଲା। ପୋଲିସ ତଦନ୍ତ କରି ଚୋରି ଗାଡ଼ିର କିଛି ଅଂଶ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଅଟକ ରଖିଥିବା ଜଣାପଡିଛି। ଅଭିଯୁକ୍ତ ଛୋଟୁ ଗାଡ଼ିଟିକୁ କାଟି ଖଣ୍ଡଖଣ୍ଡ କରି ଏହାର ବିଭିନ୍ନ ଯନ୍ତ୍ରାଂଶ ଦୁଇ ଘଣ୍ଟା ମଧ୍ଯରେ ବିକ୍ରି କରିସାରିଥିଲା ଖବର ପାଇ ଧାମନଗର ଥାନାର ଏସଆଇ ନାରାଯଣ ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଚୋରି ଗାଡ଼ିର ଟାଙ୍କି ଓ ଅନ୍ୟ କିଛି ଯନ୍ତ୍ରାଂଶ ଜବତ କରିଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ତଦନ୍ତ ଚାଲିଛି ଖବର ଲେଖିବା ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇ ନଥିବା ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ