ଡଙ୍ଗା ଓଲଟି ମୃତ୍ୟୁ ବରଣ କରିଥିବା ମତ୍ସ୍ୟଜୀବି ପରିବାରକୁ ଭେଟିଲା ବିଜେଡି ପ୍ରତିନିଧିଦଳ

ଛତ୍ରପୁର,(ଓ୍ବାଇଏନଏସ): ସମୁଦ୍ରରେ ଡଙ୍ଗା ଓଲଟି ମତ୍ସ୍ୟଜୀବି ଏଙ୍ଗ.କାଲେୟା ମୃତ୍ୟୁ ଘଟଣାରେ ଆଜି ମୃତକଙ୍କ ପରିବାରକୁ ଭେଟିଛି ବିଜେଡିର ଏକ ପ୍ରତିନିଧି ଦଳ । ଆଜି ଅପରାହ୍ନରେ ପୂର୍ବତନ ଜିଲାପରିଷଦ ସଭ୍ୟ ମୁନା ଦାସଙ୍କ ନେତୃତ୍ୱରେ ବିଜେଡିର  ଏକ ପ୍ରତିନିଧି ଦଳ  ନୋଳିଆନୁଆ ଗାଁ ସ୍ଥିତ ମୃତ ଏଙ୍ଗ. କାଲେୟାଙ୍କ ବାସଭବନରେ ପଂହଚି ପରିବାରକୁ ସାକ୍ଷାତ କରିଥିଲା ।  ପରିବାରରକୁ ସମାବେଦନା ଜଣାଇବା ସହ କିପିର ପରିବାରର ସଦସ୍ୟକୁ ସରକାରୀ ସହାୟତା ଅଧିକରୁ ଅଧିକ ମିଳିବ ସେନେଇ ସେମାନେ ଜିଲାପ୍ରଶାସନ ସହ ଆଲୋଚନା କରିବେ ବୋଲି ମୃତ ଏଙ୍ଗ କାଲେୟାଙ୍କ ସ୍ତ୍ରୀ ଏଙ୍ଗା ଏରାମ୍ମା ଓ ପରିବାରକୁ କହିବା ସହ ଆସ୍ୱସନା ଦେଇଥିଲେ । ପରେ ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ ପକ୍ଷରୁ ମୃତକ ପରିବାରକୁ ୧୦ ହଜାର ଟଙ୍କା ସହ ବିଭିନ୍ନ ରୋଷେୟା ସାମଗ୍ରୀ ପ୍ରଦାନ କରିଥିଲେ । ବିଜେଡିର ଏହି ଟିମରେ ୨୦ନଂ ଜିଲା ପରିଷଦ ସଭ୍ୟ ଏମ୍‌.ଧନଞ୍ଜୟ ରେଡି, ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ, ଶ୍ରୀରାମ ଚନ୍ଦ୍ର ପୁର ସମିତି ସଭ୍ୟ ଏସ୍‌.ଚକ୍ରପାଣି ରେଡି, ଯୁବ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ଭବାନୀ କାନ୍ତ ସାହୁ,    ଯୁବ ବିଜେଡି ନଗର ସଭାପତି ଟି.ଚନ୍ଦ୍ର ଶେଖର ରାଓ,ପୂର୍ବତନ ସରପଞ୍ଚ ସୋମନାଥ ବେହେରା, ଯୁବନେତା  ଅକ୍ଷୟ ସ୍ୱାଇଁ, ଅଭିରାମ ପ୍ରଧାନ,  ରାଜେଶ ମହାରଣା ଓ କିଶୋର ବେହେରା,    ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ ଓ ଟିକିନା ଗୈାଡ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ