ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ

ହାଟଡିହି , (ଓ୍ବାଇଏନଏସ): ପଞ୍ଚାୟତ ନିର୍ବାଚନ ପୂର୍ବରୁ ରୋଚକ ହେଉଛି କେନ୍ଦୁଝର ଜିଲ୍ଲାର ରାଜନୀତି । ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିଛି। ହଜାର ହଜାର ମହିଳା ଛେନାପଦି ଛକରୁ ବାହାରି ଏକ ବିଶାଳ ପଦଯାତ୍ରାରେ ବିଜେପି ସରକାର ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇ ହାଟଡିହି ପର୍ଯ୍ୟନ୍ତ ଯାଇଥଲେ। ସେଠାରେ ଯୁବ ବିଜେଡି ସଭାପତି ରାକେଶ ରାମ ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ରାଜ୍ୟ ବିଜେଡ଼ିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୁବର୍ତନ ବିଧାୟକ ମାୟାଧର ଜେନା, ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାୟକ, ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା ବିଜେଡି ମହିଳା ଶାଖା ସଭାନେତ୍ରୀ କମଳିନୀ ପାତ୍ର, ଜିଲ୍ଲା ମହିଳା ଉପ ସଭାନେତ୍ରୀ ତଥା ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ମହିଳା ନେତ୍ରୀ ମିନା ମାଝୀ, ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ଅଞ୍ଜନା ବାରିକ, ମୁନିସିପାଲିଟି ଅଧ୍ୟକ୍ଷା ରଜନୀ ରାଣୀ ଖଟୁଆ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲା ପରିଷଦ କୌଶଲ୍ୟା ସେଠୀ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ବିକ୍ରମ ବିଶ୍ୱାଳ, ଜିଲ୍ଲା ପରିଷଦ ଟୁନି ରଣା, ଜିତେନ୍ଦ୍ର ସାମଲ, ସୁକାନ୍ତି ଜେନାଙ୍କ ସମେତ ବହୁ ବିଜେଡି ନେତା ଯୋଗଦେଇ ବିଜେଡି ସରକାର ୨୦୧୨ ମସିହାରୁ ଓଡ଼ିଶାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିଛନ୍ତି। ନାରୀମାନଙ୍କ ଅଧିକାର ଏବଂ ସେମାନଙ୍କୁ ସଶକ୍ତ କରିବା ଦିଗରେ ବିଜୁ ବାବୁ  ପଞ୍ଚାୟତିରାଜଠାରୁ ଆରମ୍ଭ କରି ସରକାରୀ ଚାକିରି କ୍ଷେତ୍ରରେ ୩୩ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷଣ ରଖିବା ଭଳି ସାହସିକ ପଦକ୍ଷେପ ସେ ନେଇଥିଲେ। ବିଜେପି ସରକାର ସମୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବା ସହ ନାରୀ ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି।  ନାରୀମାନଙ୍କ ପାଇଁ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି ଓ ମହିଳା ମାନେ ତାକୁ ଠିକ ଜାଣିସାରିଲେଣି ଏବଂ ଆଗାମୀ ଦିନରେ ତାହାର ଉଚିତ ଜବାବ ଦେବେ ବୋଲି ମତବ୍ୟକ୍ତ କରିଥିଲେ।  ସରକାର ତୁରନ୍ତ ୨୦୨୩ ମହିଳା ସରଂକ୍ଷଣ ବିଲକୁ ଲାଗୁ କରନ୍ତୁ ବୋଲି ଦାବି ହୋଇଥିଲା। ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କ ମାଧ୍ୟମରେ ମହିଳା ମାନଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ବରିଷ୍ଠ ବିଜେଡି ନେତା ଦେବପ୍ରିୟ ପାତ୍ର, କିଶୋର ଜେନା, ମାର୍କଣ୍ଡ ଚରଣ ଓଝା, ପ୍ରତାପ ଦେଓ, କାମପାଳ ନାୟକ, ନରହରି ପାତ୍ର, ଜିଲ୍ଲା ସମ୍ପାଦକ ଶତ୍ରୁଘ୍ନ ପାତ୍ର,ବୀରେନ୍ଦ୍ର ବିଶ୍ୱାଳ, ମହିଳା ବିଜେଡି ସଭାନେତ୍ରୀ ସାବିତ୍ରୀ ସା, ଜିଲ୍ଲାଛାତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ, ଯୁବ ବିଜେଡି ସମ୍ପାଦକ ଦୀପ୍ତି ରଞ୍ଜନ ଦାସ, ନେତା, ସରପଞ୍ଚ ଅଜିତ ରାଉତ, ବସନ୍ତ ପଢିଆରି, ଫେତୁ ପଣ୍ଡା, ନରେନ୍ଦ୍ର ନାୟକ, ଗୋପାଳ ନାୟକ, ଗୌରାଙ୍ଗ ରଣା, ବିମଳ କିଶୋର ଜେନା, ବିଶ୍ୱନାଥ ନାୟକ, ରଞ୍ଜନ ପହି, ରୁଦ୍ର ନାରାୟଣ ଜେନା, କୁଳମଣି ରାଉତ, ଧୁଶାସନ ସାହୁ, ସସ୍ମିତା ମହାପାତ୍ର, ମହିଳା ବିଜେଡି ସଭାନେତ୍ରୀ ସାବିତ୍ରୀ ସା, ପ୍ୟାରୀମୋହନ ମଲ୍ଲିକ, ଦିଲ୍ଲୀପ ମଲ୍ଲିକ, ଉଦୟନାଥ ସା, ସୁଧାଂଶୁ ନାୟକ, ପ୍ରଶାନ୍ତ ନାୟକ, ପ୍ରିୟାଂଶୁ ନାୟକ, ଗଣେଶ କୁଅଁର, ବିଶ୍ୱନାଥ ଖଟୁଆଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାମଚନ୍ଦ୍ର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ