ହାଟଡିହିରେ ବିଜେପିର ମହା ମିଶ୍ରଣ ପର୍ବ

ହାଟଡିହି (ଓ୍ବାଇଏନଏସ) ଆଜି ବିଜେଡି ପକ୍ଷରୁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ନାରୀ ଅଧିକାର ସମାବେଶ ହେଉଥିବା ବେଳେ ସେପଟେ ବିଜେପି ଏହାର କାଉଣ୍ଟର କରିଛି। ଆଜି ବିଜେଡିର ଶହ ଶହ କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏବେ ଠାରୁ ସବୁଦଳ ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି। ଗୋଟିଏ ପରେ ଗୋଟିଏ ପଞ୍ଚାୟତର ସରପଞ୍ଚ ଓ ୱାର୍ଡ ସଭ୍ୟମାନେ ବିଜେଡି ଛାଡି ବିଜେପିରେ ମିଶୁଥିବାରୁ ବିଜେଡି ଗଡ଼ ଥିବା ଆନନ୍ଦପୁରର ରାଜନୀତି ଏବେ ରୋଚକ ହେବାରେ ଲାଗିଛି। ଆଜି ହାଟଡିହିର ତେଲୁଗା ହାଟ ପଡିଆରେ ବରିଷ୍ଠ ବିଜେପି ନେତା ସୁଶାନ୍ତ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମହା ମିଶ୍ରଣ ପର୍ବରେ  ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ପ୍ରଭାରୀ ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନି, ଟୁକୁନା ମହାନ୍ତ, ମହିଳା ନେତ୍ରୀ ମିନତୀ ମହାପାତ୍ର, ତୃପ୍ତିମୟୀ ଜେନା, ମଣ୍ଡଳ ସଭାପତି ଦୀପକ ଜେନା, ହରେକୃଷ୍ଣ ସ୍ୱାଇଁ, ଜଗନ୍ନାଥ ବାରିକ ପ୍ରମୁଖ ଉପସ୍ଥିତ ରହି ନବାଗତ ମାନଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ଏହି ଅବସରରେ ଅନେକ ସରପଞ୍ଚ, ୪ଜଣ ନାୟବ ସରପଞ୍ଚ, ୪୦ରୁ ଉର୍ଦ୍ଧ୍ଵ ୱାର୍ଡ ସଭ୍ୟ ଓ ଶହ ଶହ ଛାମୁଆ କର୍ମକର୍ତ୍ତା ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର ଜେନା ଓ ତାଙ୍କର ଅନେକ ୱାର୍ଡ ସଭ୍ୟ ଓ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ ଓ ମୋହନ ସରକାରଙ୍କ ଜନହିତକର କାର୍ଯ୍ୟ ଓ ସାଂସଦ ଅନନ୍ତ ନାୟକ, ଆଲୋକ ସେଠୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ସେ ବିଜେପିରେ ଯୋଗଦେଇଥିବା କହିଛନ୍ତି. ବଡ଼ ରମ୍ପାସ ସମବାୟ ସମିତିର ସଭାପତି ନିରଞ୍ଜନ ସାହୁ ଓ ତାଙ୍କର ଅନେକ ନିର୍ଦେଶକ ମଧ୍ୟ ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ସେହିପରି ବଞ୍ଚୋ ପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ଅନେକ ୱାର୍ଡ ସଭ୍ୟ ସଭ୍ୟା, ଓ ପଞ୍ଚାୟତର ଅନେକ ବିଜେଡି କର୍ମକର୍ତ୍ତା ବିଜେପିରେ ମିଶିଛନ୍ତି। ସେହିପରି ଡ଼ଅଁର ପଞ୍ଚାୟତର କିଶୋର ଜେନା, ମନୋଜ ବେହେରା, ମଣିଭଦ୍ର ଜେନା, ହିମାଂଶୁ ଦେଓ, ରମେଶ ଜେନାଙ୍କ ସମେତ ୧୫ ରୁ ଉର୍ଦ୍ଧ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଥିଲେ। ସେହିପରି ଶାଳଣିଆଁ, ଗେଡ଼ମା, ଷଡ଼ଙ୍ଗ, ହାଟଡିହି, ଅକରୁଆ, ମରେଇଗାଁ, ଆଇତିପୁର, କଳିଗାଁ, ଓରାଳି, ଇଞ୍ଚୋଳ, ଢେଙ୍କା ଆଦି ଅନେକ ପଞ୍ଚାୟତର ୫୦୦ରୁ ଉର୍ଦ୍ଧ କର୍ମୀ ବିଜେପିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟ ତାରିଣୀ ସେନାପତି, ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ଦିନେଶ ସେଠୀ, ବିଜେପି ନେତା ଚତୁର୍ଭୁଜ ସ୍ୱାଇଁ, ଶୁଧାଂଶୁ ବିଶ୍ୱାଳ, ରୁଦ୍ର ପ୍ରସାଦ ଜେନା, ସୁରେଶ ମହାନ୍ତି, ମନୋଜ ପଣ୍ଡା, ମନୋରଞ୍ଜନ ଦାସ, ଦେବାନୀ ପାତ୍ର, ବିଚିତ୍ର ନାୟକ, ମଣି ଚରଣ ଜେନା, ସୁରେନ୍ଦ୍ର ବିଶ୍ୱାଳ, ସୁରେନ୍ଦ୍ର ସାହୁ, ବାସନ୍ତ ନାୟକ, ବିଜୟଲକ୍ଷ୍ମୀ ଜେନା, ବବିତା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ