ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜ୍ଞାପନ

ବାଲେଶ୍ବର(ସରୋଜ ପଣ୍ଡା): ଜଣେ ପ୍ରଧାନ ମନ୍ତ୍ରୀ ହେବାରେ ଅଧିକ ଦିନ ଧରି କ୍ଷମତା ରେ ରେକର୍ଡ କରି ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାଜିତ ତୃତୀୟ ପାଳି ସୁଦ୍ଧା ୪୩୯୯ ଦିନ ଦାୟିତ୍ୱ ନେବାରେ ସଫଳ ହୋଇଛନ୍ତି,ଏହି ଅବସର ରେ ଆଜି ସ୍ଥାନୀୟ ରାଜାବଗିଚା ସ୍ଥିତ ରାଧା କ୍ରୀଷ୍ଣ ମନ୍ଦିର ପ୍ରାଙ୍ଗଣ ରେ ବେଲେଶ୍ୱର ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ମୋର୍ଚ୍ଚା ସଭାପତି ସନ୍ତୋଷ ସେଠୀଙ୍କ ସଭାପତିତ୍ୱରେ ମୋଦି ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଥିଲା, ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା ଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ରେ ଶ୍ରୀ ସେଠୀ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ଙ୍କୁ ଆଜି ମୋଦିଜୀ ଟପି ଯାଇଛନ୍ତି ,ସେ ଦୀର୍ଘ ୪୩୯୯ ଦିନ ବିନା ଛୁଟି ରେ ଅବିରତ ସେବା ପ୍ରଦାନ କରି ବିଶ୍ୱ ରେ ଅଦ୍ୱିତୀୟ ଭାବରେ ପରିଗଣିତ ହୋଇଛନ୍ତି ବୋଲି କହିଥିଲେ, ସେହିପରି ବିଜେପି ସଭାପତି ଶ୍ରୀଯୁକ୍ତ ବେହେରା ମୋଦୀ କିପରି ସଂଘ ପରିବାର ରୁ ଆସି ଗୁଜୁରାଟ ମୁଖ୍ୟ ମନ୍ତ୍ରୀ ଓ ପରେ ଭାରତ ର ପ୍ରଧାନ ମନ୍ତ୍ରୀ ହେଲେ ତାଙ୍କ ଜୀବନ ଶୈଳୀ ଓ ରାଜନୀତି ଜୀବନ ଉପରେ ଆଲୋକପାତ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ ,ରାଜ୍ଯ କାର୍ଯ୍ୟ କାରିଣୀ ସଦସ୍ୟା ମମତା ମହାପାତ୍ର  ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ନନ୍ଦ, ଉପ ସଭାପତି ଗୌରାଙ୍ଗ ଚରଣ ଦାସ, ବିଜୟ ସାହୁ, ସମ୍ପାଦକ ରାଜେଶ ମହାପାତ୍ର, ଚିତ୍ତରଞ୍ଜନ ପଣ୍ଡା,ମହିଳା ମୋର୍ଚ୍ଚା ସଭାପତି ସୁସ୍ମିତା ପଣ୍ଡା, ଯୁବ ମୋର୍ଚ୍ଚା ସଭାପତି ନାରାୟଣ ମହନ୍ତ, ଜିଲ୍ଲା ମିଡିଆ ସହ ସଂଯୋଜକ ରଣଜିତ୍ ପୃଷ୍ଟି, ଅନୁସୂଚୀତ ଜାତି ମୋର୍ଚ୍ଚା ର ସ୍ୱର ଝଙ୍କାର ସେଠୀ  , ମହିର ମାଝୀ, ଗଜେନ୍ଦ୍ର ସେଠୀ, ତପନ ମଲିକ୍, ତପନ ବେହେରା, ଆଶ୍ରୀତା ତରାଇ,ଜୟଶ୍ରୀ ସେଠୀ, ଅନିମା ବେହେରା, ଅବିନାଶ ମହାପାତ୍ର ହରିଶ ଧଳ ପ୍ରମୁଖ ମୋଦୀ ଙ୍କ ଦୀର୍ଘାୟୁ ଓ କେନ୍ଦ୍ର ସରକାରଙ୍କ ଦୀର୍ଘାୟୁ କାମନା କରି ଦୀପ ଜାଳିଥିଲେ, ଏହି କାର୍ଯ୍ୟକ୍ରମ ରେ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ