ମୋବାଇଲ ଟାୱାର ଚଢି ମଦ୍ୟପ ଯୁବକଙ୍କ ହାଇଡ୍ରାମା !

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ) : ଦିନକୁ ଦିନ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଓ ଡରାଇବା ଡ୍ରାମା କେବଳ ମବାଇଲ ଟାୱାର ସ୍ପଟ ପାଲଟିଛି ବୋଲି କହି ପରିବା।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ସଦର ଗ୍ରାମର ଏକ ମୋବାଇଲ ଟାୱାର ଉପରେ। ସଦର ଗ୍ରାମର ଜଣେ ମଦ୍ୟପ ଯୁବକ ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ ଦେବା ଘଟଣା ପୋଲିସ ଓ ଅଗ୍ନିଶମ ବିଭାଗକୁ ନାକେ ଦମ କରିଦେଇଥିଲା ।  ଏଭଳି  କିଛି ସମୟ ପାଇଁ  ଚର୍ଚା ହୋଇ ଥିବା ଗ୍ରାମବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ।  କଲ୍ୟାଣସିଂହପୁର ସହରର କୁମ୍ଭାର ସାହିର ତ୍ରିଲୋଚନ କାଶୀ ନାମକ ଜୈନିକ ଯୁବକ ଅତ୍ୟଧୂକ ମଦ୍ୟପାନ କରି ଏକ ମୋବାଇଲ ଟାୱାର ଉପରକୁ ଚଢି ଯାଇଥିଲେ। ସେଠାରୁ ସେ’ ଡେଇଁ ଆତ୍ମହତ୍ୟା କରିବି ବୋଲି ଧମକ ଦେବାରୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ଓ ଆଶ୍ଚର୍ଯ୍ୟର ହୋଇ ଯାଇଥିଲେ । ଦୀର୍ଘ ସମୟ ଧରି ଟାୱାର ତଳେ ଲୋକଙ୍କ ପ୍ରବଳ ଭିଡ ଜମିବା ସହ ପରିସ୍ଥିତି  ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ କଲ୍ୟାଣସିଂହପୁର ଅଧିକାରିଣୀ କଳ୍ପନା ବେହେରା ଏବଂ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ବହୁ ସମୟର ପରିଶ୍ରମ କରି ବୁଝାସୁଝା ପରେ ଯୁବକଙ୍କୁ ସୁରକ୍ଷିତ ଭାବେ ଟାୱାର ତଳକୁ ଅଣାଯାଇଥିଲା। ଅଗ୍ନିଶମ ବାହିନୀର ଏହି ତପୁରତା ଯୋଗୁଁ ଏକ ବଡ ଅଘଟଣରୁ ଅଟକା ଯାଇଛି। ଉଦ୍ଧାର ପରେ ପୁଲିସ ତ୍ରିଲୋଚନଙ୍କୁ ଥାନାରେ ଅଟକ ରଖ୍ ପଚରାଉଚରା କରୁଛି। ଯୁବକ ଜଣକ କଉ କାରଣ ପାଇଁ ଏଭଳି ଚରମ ନିଷ୍ପତି ନେଇଥିଲେ, ସେ ନେଇ ତଦନ୍ତ ଜାରି ରହିଛି ବୋଲି ପୋଲିସ ପ୍ରକାଶ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ