ବିଜେପିର ମିଶ୍ରଣ ପର୍ବ

ଛତ୍ରପୁର, (ଓ୍ବାଇଏନଏସ): ଦିନକୁ ଦିନ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ଶକ୍ତିଶାଳୀ  ହେବାରେ ଲାଗିଛି l ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ଜନମଙ୍ଗଳ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ  ବହୁ ଜନପ୍ରତିନିଧି ମାନେ ଅନ୍ୟ ଦଳ ଛାଡି ବିଜେପି ଦଳ ରେ ମିଶିବାରେ ଲାଗିପଡିଛନ୍ତି   l  ଆଗାମୀ ପଂଚାୟତ ନିର୍ବାଚନ କୁ ଦୃଷ୍ଟି ରେ ବୁଧବାର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଂଚାୟତ ରେ ମଧ୍ୟ ବିଜେପି ଏକ ମିଶ୍ରଣପର୍ବ  ଏ. ତୋଟାପଲ୍ଲୀ ସ୍ଥିତ ବ୍ୟାଘ୍ରଦେବୀ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଏସ. ସଂଜୀବ ରେଡ୍ଡୀ ଓ ଯୁବନେତା ଅମର ବେହେରା ଙ୍କ ସମେତ ପଂଚାୟତ ର ବହୁ ୱାର୍ଡ ସଭ୍ୟ / ସଭ୍ୟା, ବିଭିନ୍ନ ଗ୍ରାମ୍ୟ କମିଟି ସଭାପତି, ଆଗଧାଡି ନେତା ଏବଂ ବହୁ ଜନସାଧାରଣ ମାନେ ବିଭିନ୍ନ ଦଳ ଛାଡି  ବିଜେପି ରେ ସାମିଲ ହୋଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବକା ସାଥ ସବକା ବିକାଶରେ ବିଶ୍ୱାସ କରି ଏବଂ ଛତ୍ରପୁର ବିଧାୟକ ଶ୍ରୀ ନାୟକ ବିକାଶ କାର୍ଯ୍ୟ କୁ ଅନୁସରଣ କରି ସେମାନେ ଅନ୍ୟ ଦଳ ଛାଡି ଆଜି ବିଜେପି ରେ ସାମିଲ ହୋଇଥିବା  ସରପଞ୍ଚ ଶ୍ରୀ ରେଡ୍ଡୀ କହିଥିଲେ। ବିଧାୟକ ଶ୍ରୀ ନାୟକ ସେମାନଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ଦଳରେ ସାମିଲ କରିଥିଲେ। ଆଗକୁ ଆହୁରି ଦଳ ମଜବୁଦ ହେବା ସହ ଏହି ଡବଲ ଇଞ୍ଜିନ ସରକାର ଯାହା କଥା ଦିଏ ତାହା କାମରେ କରେଇକି ଦେଖାଏ।  ଏଭଳି ବିକାଶ ଧାରା ଚାଲୁ ରହିବ ବୋଲି ଟାଙ୍ଗଣାପଲ୍ଲୀ ମଣ୍ଡଳ ସଭାପତି ସମ୍ପଦ ନାହାକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ମିଶ୍ରଣ ପର୍ବ ରେ  ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ କୁମାର ସାବତ ଓ ଛତ୍ରପୁର କୃଷ୍ଣ ଚନ୍ଦ୍ର ନାୟକ କହିଥିଲେ l ଜିଲ୍ଲା ସମ୍ପାଦକ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ ସଂଯୋଜନାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲ।। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ  ଗଂଜାମ ଜିଲ୍ଲା ବିଜେପି ସାଧାରଣ ସଂପାଦକ ପଦ୍ମଚରଣ ସାହୁ, ସମ୍ପାଦକ ବସନ୍ତ କୁମାର ବେହେରା,ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଡି. ସୁରେଶ ରେଡ୍ଡୀ, ଯୁବନେତା କେ. ରଘୁନାଥ ରେଡ୍ଡୀ, ୧୯ ନଂ ଜିଲ୍ଲାପରିଷଦ ସଭ୍ୟା ରଶ୍ମିତା ନାହାକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଵି. ସୁଦାମ, ଆଇନଜୀବୀ ପି. ଧର୍ମା ରେଡ୍ଡୀ, ପୂର୍ବତନ ଛତ୍ରପୁର ମଣ୍ଡଳ ସଭାପତି ସଂଜିତ କୁମାର ରାଉଳ ଙ୍କ ସମେତ ଅନ୍ୟନ୍ୟା କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବିଧାୟକ ଶ୍ରୀ ନାୟକ ଙ୍କୁ ଫୁଲ ଚନ୍ଦନ ଦେଇ ବିରାଟ ପଟୁଆରରେ ସଭାସ୍ଥଳକୁ  ପାଛୋଟି ନେଇଥିଲେ।  ସମସ୍ତ କାର୍ଯ୍ୟକ୍ରମ କୁ କେ. ରଘୁନାଥ ରେଡ୍ଡୀ,   ବନୋଜ ନାହାକ ଓ ପଂଚାୟତ ର ବହୁ ଛାମୁଆ ନେତାଓ କର୍ମୀ ମାନେ ପରିଚାଳନାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ