ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ବୋଡକ ପାଟଣାସ୍ଥିତ ହରିହର ଉପ୍ରା(ମଇ) ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ମଙ୍ଗୁଲି ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ଜେନାଙ୍କ ସଭାପତିତ୍ୱ ତଥା ବୋଡକ ପାଟଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାରିଆଲ ଟୁଡୁଙ୍କ ମଞ୍ଚ ସଞ୍ଚାଳନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଏବିଇଓ ହରେକୃଷ୍ଣ ଆପଟ୍ଟ, ମୁଖ୍ୟ ବକ୍ତା ଭାବେ ଜାତୀୟ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ସମ୍ମାନୀତ ଅତିଥି ଭାବେ ଜାତୀୟ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ସିଆରସିସି ପରମେଶ୍ୱର ପୃଷ୍ଟି, ସରପଞ୍ଚ ଲକ୍ଷ୍ମୀପ୍ରିୟା ଦାସ, ସମିତି ସଭ୍ୟା ରଜନୀ ଜେନା, ଜିଲା ଅଲୋଷ୍ଟା ସମ୍ପାଦକ ଗୟାଧର ଦାଶ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଧର୍ମେନ୍ଦ୍ର ନାରାୟଣ ଜେନା, ଶିକ୍ଷକ ସୁକାନ୍ତ କୁମାର ବେହେରା, ଶୁଭେନ୍ଦୁ ବିଶ୍ୱାଳ, ନିରଞ୍ଜନ ବେହେରା, ପ୍ରାଥମିକ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ସଭାପତି ଶଶୀକାନ୍ତ ଘଡେଇ ଏବଂ ପରିଚାଳନା କମିଟି ସଭାପତି ଶଶୀକାନ୍ତ ବେହେରା, ମଇ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ସଭାପତି ନିରଞ୍ଜନ ବେହେରା, ପରିଚାଳନା କମିଟି ସଭାପତି ସୋମନାଥ ଓଝା, ସମାଜସେବୀ ରାଜ କିଶୋର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ବିଦାୟୀ ଶିକ୍ଷକଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ସୂର୍ଯ୍ୟମଣି ଜେନା ଅତିଥି ପରିଚୟ, ଶିକ୍ଷୟିତ୍ରୀ ସୁଶ୍ରୀ ଶୁଭଦର୍ଶନୀ ଜେନା ମାନପତ୍ର ପଠନ, ପ୍ରତିମାରାଣୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଲେଖ ବାରିକ, ଦୁର୍ଯ୍ୟଧନ ପତି, ରମେଶ ବାରିକ, ବିକାଶ ସ୍ୱାଇଁ, ରମେଶ ରାଉତ, ଶରତ ବାରିକ, ରାଜୀବ ଲୋଚନ ଜେନା, ସୁବ୍ରତ ସ୍ୱାଇଁଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ