ବିଜେପିର ଜନଜାତି ସଙ୍କୁଳ କାର୍ଯ୍ୟକ୍ରମ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ ଗ୍ରାମ ଓ କାଶୀପୁର ବ୍ଲକର ବାହାର ପଦାମାଝୀ ଗାଁର ଲୋକଙ୍କୁ ନେଇ ଆୟୋଜିତ “ଜନଜାତି ସଙ୍କୁଳ”। ସମାବେଶରେ ଜାତୀୟ ଓ ରାଜ୍ୟସ୍ତରୀୟ ନେତୃତ୍ୱ ଯୋଗଦେଇ ଆଦିବାସୀ ଅଞ୍ଚଳର ବିକାଶ, କୃଷି ଓ ଜୀବିକା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। କୋରାପୁଟ ଲୋକସଭା କ୍ଷେତ୍ରର ପ୍ରାର୍ଥୀ କାଳୀରାମ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ ନେତୃତ୍ୱ।ବାହାର ପଦାମାଝୀ ଗାଁରେ ଆୟୋଜିତ ଏହି ସମାବେଶରେ ରାଷ୍ଟ୍ରୀୟ ସଙ୍ଗଠକ ଭି ସତୀଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, କୋରାପୁଟ ବିଧାୟକ ରଘୁରାମ ମାଛୋ ଏବଂ କୋଟପାଡ଼ ବିଧାୟକ ରୂପୁ ଭତ୍ରାଙ୍କ ସହ ମାନ୍ୟଗଣ ବ୍ୟକ୍ତି ସମ୍ମାନିତଅତିଥିଭାବେ ମଞ୍ଚାସୀନ ଥିଲେ। ଆଦିବାସୀ ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ସାଧାରଣ ଲୋକଙ୍କ ସଶକ୍ତିକରଣ ଆମର ପ୍ରାଥମିକତା। ସଙ୍ଗଠନକୁ ଗାଁ ଗାଁରେ ଆହୁରି ସୁଦୃଢ଼ କରାଯିବ। ପ୍ରଧାନମନ୍ତ୍ରୀଙ୍କ “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ” ମନ୍ତ୍ରକୁ ଆଧାର କରି ଜନପ୍ରତିନିଧି ମାନଙ୍କୁ ଗାଁ ଆଡପ୍ଟ କରି ଦାଦନମୁକ୍ତ କରିବାକୁ ଆହ୍ୱାନ ଦିଆଯାଇଛି। ବାଡି ଯୋଜନା, ସେଚ୍ଛା ସୁବିଧା ଓ ବହୁଫସଲୀ ଚାଷ ମାଧ୍ୟମରେ କୃଷକଙ୍କ ଆୟ ବୃଦ୍ଧି ଦିଗରେ କାମ ଚାଲିଛି। ସ୍ଥାନୀୟ ଉତ୍ପାଦର ଭ୍ୟାଲୁ ଆଡିସନ୍ ଓ ପ୍ରୋସେସିଂ ମାଧ୍ୟମରେ ଲୋକଙ୍କ ଆୟ ବଢ଼ାଇବା ସହ ଦାଦନ ପ୍ରଥାକୁ ରୋକିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ପଦକ୍ଷେପ ଜାରି ରହିଲେ ଅଞ୍ଚଳର ଲୋକେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇ ଦାଦନମୁକ୍ତ ସମାଜ ଗଠନରେ ସହାୟକ ହେବେ ବୋଲି ନେତାମାନେ କହିଛନ୍ତି। ଏହି ସମୟରେ ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାଏକ, ରାୟଗଡ଼ା ଜିଲ୍ଲା ପୂର୍ବତନ ସଭାପତି ଶିବ ପଟ୍ଟନାୟକ, ଏସଡିସି ଚେୟାରମ୍ୟାନ ବିଦ୍ୟାଧର ସାବର ଓ ଅରୂପା ଫାଉଣ୍ଡେସନର ନୀତା ଦ୍ୱିବେଦୀଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ରାୟଗଡା ଜିଲା ବିଜେପି ଉପସଭାପତି ଦୁଷ୍ମନ୍ତ କୁମାର ସିଂହଦେଓ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ରାୟଗଡା ବିଜେପିର ବହୁକାର୍ଯ୍ୟକତ୍ର୍ତା,ମଣ୍ଡଳ ସଭାପତିଙ୍କ ସହ ଚାଷି ମାନେ ଯୋଗଦେଇଥିଲେ।


