ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ସଦଭାବନା ସଭାଗୃହ ପରିସରରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁନିଗୁଡ଼ା ବ୍ଲକ ଏଇଇ ଭି. ଶ୍ରୀନିବାସ ରାଓ ଓ ଆକାଉଣ୍ଟ ଅଫିସର ମହେଶ୍ୱର ପାଲାକାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ ରାୟଗଡା ନବୀନ ଚନ୍ଦ୍ର ନାୟକ,ଆରକ୍ଷୀ ଅଧିକ୍ଷକ ରାୟଗଡା ରାଜ ପ୍ରସାଦ,ସବ କଲେକ୍ଟର ଗୁଣୁପୁର ଧୂଆଳ ଅଭିଷେକ ଦିଲୀପ, ସିଡିଓ କମ ଇଓ ଜିଲ୍ଲା ପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁ,ପିଏ ଆଇଟିଡିଏ ଗୁଣୁପୁର ଅଜୟ କୁମାର ପ୍ରଧାନ, ସିଡିଏମଓ ଡା ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖଙ୍କ ସମେତ ଅନେକ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ମୋଟ ୮୧ଟି ଅଭିଯୋଗ ଗ୍ରହଣ କରିଥିଲେ, ସେଥି ମଧ୍ୟରୁ ୪୫ଟି ବ୍ୟକ୍ତିଗତ ଓ ୩୬ଗୋଟି ଗୋଷ୍ଠିଗତ ଅଭିଯୋଗ ଥିଲା l ଲୋକଙ୍କ ଦ୍ୱାରା ଆବାସ ଯୋଜନାରେ ଘର, ବିଦ୍ୟୁତ,ସ୍ବାସ୍ଥ୍ୟଗତ, ଭତ୍ତା,ଭିନ୍ନକ୍ଷମ ମାନଙ୍କ ସମସ୍ୟା ସହ ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ ଗୁଡିକ ଥିଲା। ବିଶେଷ କରି ଦହିଖାଲ ଗ୍ରାମ ନିକଟରେ ବକ୍ସାଇଟ ଡମ୍ପିଙ୍ଗ ନିଷ୍ପତି ବିରୋଧରେ ୧୨ ଦିନରେ ପହଁଚିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି,ଆଗାମୀ ପାଞ୍ଚ ଦିନ ମଧ୍ୟରେ ସମସ୍ୟାର ସମାଧାନ ନକଲେ ରାଜ ରାସ୍ତାକୁ ଆସିବାକୁ ବାଧ୍ୟ ହେବୁ ବୋଲି ଆନ୍ଦାଳନକାରୀ ମନେ ପ୍ରକାଶ କରିଥିଲେ,ମୁନିଗୁଡାରେ ଯାନ ବାହାନର ଫିଟନେସ ନିମନ୍ତେ ଏକ ସ୍ୱତନ୍ତ୍ର କ୍ୟାମ୍ପ କରାଯାଉ,ସର୍ବ ସାଧାରଣ ସ୍ଥାନ ଗଣେଶ ନଗର ତଥା ଫିଲ୍ମ ହଲ ନିକଟରେ ଥିବା ବିଦେଶୀ ମଦ ବିକ୍ରୟ କେନ୍ଦ୍ରକୁ ସ୍ଥାନାନ୍ତିକରଣ,ଏସଓଜି ଗ୍ରୁପ ମାନଙ୍କୁ ବିଦ୍ୟାଳୟର ପୋଷାକ ଯୋଗାଣ ପାଇଁ ଅନୁମତି ପ୍ରଦାନ ଏବଂ ଡଙ୍ଗରିଆ ଅଞ୍ଚଳରେ ରାସ୍ତା ନିର୍ମାଣରେ ବ୍ୟାପକ ଅନୀୟମିତତାର ଅଭିଯୋଗ, ଜଗଦଳପୁର ହାଇସ୍କୁଲ ନିକଟରେ ଥିବା ନୂଆ ସାହିରେ ବିଦ୍ୟୁତ ସଂଯୋଗ ଏବଂ ଶେଷରେ ସ୍ୱତନ୍ତ୍ର ଭାବେ ମୁନିଗୁଡା ଓ ଟିକରପଡା ଅଞ୍ଚଳର ବାସିନ୍ଦା ମାନେ ସବ କଲେକ୍ଟର, ପିଡିଙ୍କୁ ଭେଟି ତିନିକୋଣିଆ ଛକ ସ୍ଥିତ ରେଳବାଇ ଗେଟ ନିକଟରେ ଭୁତଳ ରାସ୍ତା ବା ଏକ ଅଣ୍ଡର ଗ୍ରାଉଣ୍ଡ ରାସ୍ତା ନିମନ୍ତେ ଦାବି କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ସମସ୍ତ ଦରଖାସ୍ତ ଗ୍ରହଣ ପରେ ସେ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଦରଖାସ୍ତ ପ୍ରଦାନ ସହ ନିର୍ଦ୍ଦେଶ କରିଥିଲେ। ଏହି ଅବସରରେ ସାମାଜିକ ସୁରକ୍ଷା ବିଭାଗ ତରଫରୁ ମଧୁବାବୁ ପେନସନ ଯୋଜନାରେ ୬ ଜଣ ହିତାଧିକାରୀଙ୍କୁ ପେନସନ ପ୍ରଦାନ କରାଯାଇଛି। ଉକ୍ତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଏସଡ଼ିପିଓ ସନ୍ତୋଷିନୀ ଓରାମ,ଆଇଆଇସି କେଶବ ଷଡଙ୍ଗୀ, ରେଞ୍ଜର ପ୍ରବୀଣ ଦାସ,ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ,ମୁନିଗୁଡା ଅତିରିକ୍ତ  ତହସିଲଦାର ବ୍ରଜଗୋପାଳ ଦାସ,ପାନୀୟ ଜଳ ଯୋଗାଣ ବିଭାଗ ଏସଡିଓ ସୁବ୍ରତ କୁମାର ପାତ୍ର,ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଆଶିଷ କୁମାର ପଣ୍ଡା,କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀ ଅଶୋକ କୁମାର ସେଠୀ, ଆରଡି ଯନ୍ତ୍ରୀ ସୁଜ୍ଞାନୀ ବେହେରା,ବ୍ଲକ ଅତିରିକ୍ତ ସହକାରୀ ଯନ୍ତ୍ରୀ ସନ୍ଧ୍ୟାରାଣି ମଲ୍ଲିକ,କନିଷ୍ଠ ଯନ୍ତ୍ତୀ ଅମ୍ବିକା ଦାସ,ବିପିଏମ୍ ମମତା ରାଉଳ, ବଡ଼ବାବୁ ଜିତେନ୍ଦ୍ର କୁମାର ଧର ପ୍ରମୁଖଙ୍କ ସମେତ ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଭିଯୋଗ ଗୁଡିକୁ ଶୁଣି ତୁରନ୍ତ ସମାଧାନ ନିମନ୍ତେ ପ୍ରକୋଷ୍ଠରେ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କର ଦୃଷ୍ଟି ଆକର୍ଷଣ କରାଇବା ସହ ପଦକ୍ଷେପ ନେଇଥିଲେ l ଉକ୍ତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ମୁନିଗୁଡା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ଯୋଗାଣ ଅଧିକାରୀ ଆଶିଷ ରଞ୍ଜନ ସାହୁ, ଦେବେନ୍ଦ୍ର ପାଣିଗ୍ରାହୀ, କଳ୍ପନା ସାହୁ,ଇତିଶ୍ରୀ ମହାପାତ୍ର, ସସ୍ମିତା ତୁଳ,ସୁରଜ ମଲ୍ଲିକ, ଅଜିତ ନାଗ ପ୍ରମୁଖଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ