ବ୍ଲକ ସ୍ତରୀୟ ଯୋଗ ଶିକ୍ଷକ ବୈଠକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବ୍ଲକ ସ୍ତରୀୟ ଯୋଗ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଭଦ୍ରକ ଜିଲା ଭାରତ ସ୍ୱାଭିମାନ ସଂଯୋଜକ ଧରଣୀଧର କର ପରିଚାଳନା କରିଥିଲେ । ଏଥିରେ ଭଦ୍ରକ ପତଞ୍ଜଳୀ ଯୋଗ ସମିତିର ପ୍ରଭାରୀ ଗିରିଶ କୁମାର ପାଢୀ, ବରିଷ୍ଠ ଯୋଗ ଶିକ୍ଷକ ଯଶୋବନ୍ତ ବେହେରା, ଶିକ୍ଷୟିତ୍ରୀ ଗୀତାରାଣୀ ସା, ଜିଲା ସୋସିଆଲ ମିଡିଆ ପ୍ରଭାରୀ ଶ୍ରୀବତ୍ସ କର ଯୋଗ ଦେଇ ଯୋଗର ଉପକାରିତା ସମ୍ପର୍କରେ ଆଲୋକପାତ କରିବା ସହିତ ଆଗାମୀ ଦିନରେ ଯୋଗ କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବନ୍ତ ବ୍ଲକରେ ଯୋଗ ଶିକ୍ଷାକୁ ବ୍ୟାପକ ଭାବେ ପ୍ରସାର କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା । ଭାରତ ସ୍ୱାଭିମାନର ବ୍ଲକ ସଂଯୋଜକ ଭାବେ ପର୍ଶୁରାମ ପୁହାଣ, ଯୋଗ ସମିତିର ବ୍ଳକ ସଭାପତି ଭାବେ କାଳନ୍ଦି ପାତ୍ର, ଯୁବ ସଭାପତି ଭାବେ ସନ୍ତୋଷ ପଣ୍ଡା, ସୋସିଆଲ ମିଡିଆ ପ୍ରଭାରୀ ତଥା ବ୍ଲକ କୋଷାଧ୍ୟକ୍ଷ ଭାବେ ମଳୟ ରାଉତ, କୃଷକ ସଭାପତି ଭାବେ ଗଦାଧର ଦାସ, ମହିଳା ସଂଯୋଜିକା ଭାବେ ଗୀତାରାଣୀ ସା, ଆଶାରାଣୀ ମୁଦୁଲି, ସହ ସଂଯୋଜିକା ସୌଭାଗିନୀ ପାତ୍ର, ଯୁବ ଉପସଭାପତି ପ୍ରଭାସ ରାଉତ ଏବଂ ଉପଦେଷ୍ଟା ଭାବେ ଯଶୋବନ୍ତ ବେହେରା, ଆରତୀ ପାଣିଗ୍ରାହୀ, ରବିନ୍ଦ୍ର ସେଠୀ, ସଞ୍ଜୟ ପାଣିଗ୍ରାହୀ, ଅନାମ ଜେନାଙ୍କୁ ମନୋନୀତ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ଯୋଗ ଶିକ୍ଷକ ଯଶୋବନ୍ତ ବେହେରାଙ୍କୁ ବ୍ଲକ ଯୋଗ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବୈଠକରେ ଯୋଗ ଶିକ୍ଷୟିତ୍ରୀ ସ୍ମିତା ଆଇଚ, ପୂର୍ଣ୍ଣିମା ଜେନା, ଉମେଶ ସେଠୀ, ସୌଭାଗ୍ୟ ନାୟକ, ସୁଜିତ୍ କୁମାର ସେଠୀ, ପ୍ରଦୀପ୍ତ କୁମାର ଧଳ, ସୋନାଲୀ ପାଢୀ, ସୁଧାକର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ