ଉଚ୍ଚ ବିଦ୍ୟାଳୟରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ
ହାଟଡିହି (ଓ୍ବାଇଏନଏସ): ମୁଗୁପୁର ଉଚ୍ଚ ବିଦ୍ୟାଳୟରେ ଆଇ ଆଇ ଜି ଆର୍ଟ୍ସ ଏକାଡେମୀ ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ଆୟୋଜକ ଦେବାଶିର୍ବାଦ ପତିଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଭାଗନେଇ ଓଡିଶୀ, ଆଧୁନିକ ଲୋକାନୃତ୍ୟ, ସଙ୍ଗୀତ, ସୁନ୍ଦର ହସ୍ତଲିଖନ, ବକ୍ତୃତା, ପ୍ରବନ୍ଧ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବିଚାରକ ଭାବେ ଅବସରପ୍ରାପ୍ତ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁ, ଆଚାର୍ଯ୍ୟ ଗୁରୁକୁଳମର ଶିକ୍ଷକ ଶରତ ଚନ୍ଦ୍ର ଜେନା, ବଳାରାମଧିର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦେବେନ୍ଦ୍ର ପ୍ରସାଦ ସାହୁ, ମରେଇଗାଁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିବ ସୁନ୍ଦର ସାହୁ, ମୁଗୁପୁର ହାଇସ୍କୁଲ ର ଶିକ୍ଷକ ନରହରି ଜେନା, ବିଶ୍ୱନାଥ ନାୟକ, ସରୋଜ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ। ଗ୍ରାମାଞ୍ଚଳରେ ଥିବା ପ୍ରତିଭା ମାନଙ୍କୁ ବିଶ୍ୱ ସ୍ତରରେ ପରିଚିତ କରାଇବା ଏହି ପ୍ରଶତିଯୋଗିତାର ଲକ୍ଷ ବୋଲି ଆୟୋଜକ ଦେବାଶିର୍ବାଦ ପତି ସୂଚନା ଦେଇଥିଲେ। ଏହି ଅବସରରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଦିଆଯାଇ ପୁରସ୍କୃତ କରାଯାଇଥିଲା। ବିଶ୍ଵନାଥ ନାୟକ, ରୁଦ୍ରପ୍ରକାଶ ଜେନା, ସାଗର ଦଳେଇ , ପବିତ୍ର କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।


