ପରିବେଶ ସୁରକ୍ଷା ପାଇଁ ସଚେତନତା ଜରୁରୀ: ବିଧାୟକ ଅଭିମନ୍ୟୁ ସେଠୀ
ହାଟଡିହି (ଓ୍ବାଇଏନଏସ) : ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଆରମ୍ଭ ହୋଇଥିବା ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମକୁ ସମସ୍ତେ ବୁଝିବା ଦରକାର। ପରିବେଶ ସୁରକ୍ଷା ପାଇଁ ସମସ୍ତେ ଏକାଠି ହେବାର ସମୟ ଆସିଛି। ପ୍ରତି ପଞ୍ଚାୟତ ଓ ପ୍ରତି ଗ୍ରାମରେ ଏପରି କାର୍ଯ୍ୟକ୍ରମ କରାଯାଇ ଲୋକ ମାନଙ୍କୁ ସଚେତନ କରାଇବା ଅପରିହାର୍ଯ୍ୟ ବୋଲି ଆଜି ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ହାଟଡିହି ଠାରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଅଭିମନ୍ୟୁ ସେଠୀ ଏପରି ମତବ୍ୟକ୍ତ କରିଛନ୍ତି। ଆଞ୍ଚଳିକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକ ଶ୍ରୀ ସେଠୀ ଆହୁରି କହିଲେ ଯେ, ପରିବେଶର ସୁରକ୍ଷା ଦିଗରେ ଆମେ ସମସ୍ତେ ଏକଜୁଟ ହେବା ଆବଶ୍ୟକ। କେବଳ ସମ୍ବାଦର ଏହି କାର୍ଯ୍ୟକ୍ରମ ନୁହଁ ଏହା ସମସ୍ତଙ୍କ ଦାୟିତ୍ଵ ହେଉ ବୋଲି ଆହ୍ବାନ ଦେଇଥିଲେ। ସ୍କୁଲ କଲେଜର ଛାତ୍ରଛତ୍ରୀମାନେ ବୃକ୍ଷ ରୋପଣ ଦିଗରେ ଆଗେଇ ଆସିବା ସହିତ ପ୍ରତି ପଞ୍ଚାୟତରେ ବନିକରଣ ପ୍ରକଳ୍ପ କରିବାକୁ ସେ ପରାମର୍ଶ ଦେଇଥିଲେ। କଲେଜ ର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଆଲୋକ ସେଠୀ ଯୋଗଦେଇ ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ବ ହେଉ। ପରିବେଶ ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା, ତେଣୁ ଆମେମାନେ ଏକଜୁଟ ହୋଇ ଏହାକୁ ତୃଣମୂଳ ସ୍ତରରୁ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ସମସ୍ତେ ନିଜ ଜୀବନଚର୍ଯ୍ୟାରେ ପରିବର୍ତନ ଆଣିବା ଆବଶ୍ୟକ | ପ୍ଲାଷ୍ଟିକ ଦ୍ରବ୍ୟ ବ୍ୟବହାରରୁ ସମସ୍ତେ ଦୂରେଇ ରହିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ହାଟଡିହି ସମ୍ବାଦ ସାହିତ୍ୟ ଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତ ଯୋଗଦେଇ ସଭିଏଁ ନିଜ ସ୍ତରରେ ଉଦ୍ୟମ କଲେ ଏକ ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି ହୋଇପାରିବ। ବର୍ତମାନ ସମୟ ରେ ଘରଚଟି ଚଢ଼େଇ, ଶାଗୁଣା ଆଉ ଦେଖିବାକୁ ମିଳୁ ନାହାନ୍ତି। ପରିବେଶ ପ୍ରଦ୍ୟୁଷଣ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅନେକ ପଶୁପକ୍ଷୀ ଆଉ ଦେଖା ଯାଉ ନାହାଁନ୍ତି। ବୃକ୍ଷରୋପଣ, ଜଳବାୟୁର ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ଵ ନୁହେଁ, ପ୍ରତ୍ଯେକ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ। ସେହିପରି ଅନ୍ୟତମ ଅତିଥି ଭାବେ ଶିଶୁ ସାହିତ୍ୟିକ ରତ୍ନାକର ଦାସ ଯୋଗଦେଇ ମଣିଷ ନିଜ ସ୍ବାର୍ଥ ପାଇଁ ପରିବେଶକୁ ନଷ୍ଟ କରି ଚାଲିଛି। ଗଛ କାଟିବା ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବୃଦ୍ଧିପାଉଛି। ବହୁଳ ମାତ୍ରାରେ ପଲିଥିନ୍ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟ ଏକ କାରଣ ପାଲଟିଛି । ତେଣୁ ଯାହାର ପ୍ରଭାବ ଜଳବାୟୁ ଓ ଚାଷବାସ ଉପରେ ପଡ଼ୁଛି। | ପ୍ରତ୍ୟେକ ବ୍ୟକ୍ତି ଚାରା ଲଗାଇବା ସହ ଏହାର ଯତ୍ନ ନେବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ। ସେହିପରି ଅନ୍ୟତମ ଅତିଥି ଭାବେ ହଦଗଡ଼ ବନାଞ୍ଚଳ ଅଧିକାରୀ ମାର୍ଶାଲ କିସ୍କୁ ଯୋଗଦେଇ ପରିବେଶ ସୁରକ୍ଷା ସମ୍ପର୍କିତ ବିସ୍ତୃତ ଆଲୋଚନା କରିଥିଲେ। ଏଥିରେ ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶପ୍ରେମୀ ନିରଞ୍ଜନ ସାହୁ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପ ନେବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପରିବେଶ୍ ପ୍ରେମୀ ତ୍ରିଲୋଚନ ସାହୁ, ପ୍ରକୃତି ପ୍ରେମୀ ବିଶ୍ବରଂଜନ ବେହେରା, ପ୍ରମୁଖ ନିଜ ନିଜର ମତ ଉପସ୍ଥାପିତ କରିଥିଲେ। ଆନନ୍ଦପୁର ସମ୍ବାଦ ପ୍ରତିନିଧି ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିବା ବେଳେ ଶ୍ରୀକାନ୍ତ ପଟ୍ଟନାୟକ ଅତିଥି ପରିଚୟ ଓ ମଞ୍ଚ ସଂଯୋଜନା କରିଥିଲେ। ଏଥିରେ ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତି, ମାଧବାନନ୍ଦ ଜେନା, ସୁବାସ ଚନ୍ଦ୍ର ପାତ୍ର, ନାରାୟଣ ସାହୁ, ବିଦ୍ୟୁତପ୍ରଭା ଦେଓ, ପୁର୍ବତନ ଏବିଇଓ ଅମୂଲ୍ୟ କୁମାର ମିଶ୍ର, ସାମ୍ବାଦିକ ଗୋପାଳ କୃଷ୍ଣ ରାଉତ, ପାର୍ଥ ସୌରଭ ସା, ବିକାଶ ବିଶ୍ବାଳ, ରୁଦ୍ର ପ୍ରସାଦ ଜେନା, ଭବାନୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ କଲେଜ୍ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ହାଟଡିହିର ସମ୍ବାଦ କନକ ନିଉଜ ପ୍ରତିନିଧି କିଶୋର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।


