ସିବିଏସସି ଦଶମ ପରୀକ୍ଷା: କୌସ୍ତୁଭ ପଣ୍ଡା ସ୍କୁଲ ଟପର
ହାଟଡିହି , (ଓ୍ବାଇଏନଏସ): ୨୦୨୫-୨୬ ଶିକ୍ଷା ବର୍ଷର ସି. ବି. ଏସ. ଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି। ଓଡିଶା ଆଦର୍ଶ ବିଦ୍ୟାଳୟ ସୁନ୍ଦରାପାଳ ବିଶେଷ ସଫଳତା ହାସଲ କରିଛି। ମୋଟ ୯୦ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପାସ ହାର ଶତକତା ୯୮. ୫୧ ହୋଇଥିବା ଅଧ୍ୟକ୍ଷା ସୂଚନା ଦେଇଛନ୍ତି। ୮ଜଣ ଛାତ୍ରଛାତ୍ରୀ ୯୦% ମାର୍କ ରଖିଥିବା ବେଳେ ୨୨ ଜଣ ୮୦ % ଉପରେ ଓ ୫୧ଜଣ ୬୦%ଉପରେ ମାର୍କ ରଖି ଉତ୍ତୀର୍ଣ ହୋଇଛନ୍ତି। କୌସ୍ତୁଭ ପଣ୍ଡା ୯୫.୦୪ ମାର୍କ ରଖି ପ୍ରଥମସ୍ଥାନ ହାସଲ କରିଥିବାବେଳେ ଆୟୁଷ ରଞ୍ଜନ ମଲ୍ଲିକ ୯୪. ୦୬ ମାର୍କ ରଖି ଦ୍ୱିତୀୟ, ସ୍ଵାଗତିକା ପ୍ରିୟ ଦର୍ଶନୀ ନାୟକ ୯୩.୮ ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି। ଛାତ୍ରଛାତ୍ରୀ ଙ୍କ ଏପରି ସଫଳତାରେ ବିଦ୍ୟାଳୟ ର ଅଧ୍ୟକ୍ଷା ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଖୁସି ବ୍ୟକ୍ତ କରିବା ସହିତ ଛାତ୍ରଛାତ୍ରୀ ଙ୍କ ଉତ୍ତରତର ଉନ୍ନତି କାମନା କରିଛନ୍ତି।


