ଗାନ୍ଧୀ ଜୟନ୍ତୀ ପାଳନ
ଗୁଣୁପୁର (ୱାଇଏନଏସ): ଜାତି ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଗୁଣପୁର ଅଞ୍ଚଳରେ ମହାଆଡମ୍ବରରେ ପାଳନ କରାଯାଇଅଛି। ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଏବଂ ତାଙ୍କ ସମର୍ଥକ ମାନେ ପୁରୁଣା ବସଷ୍ଟାଣ୍ଡ ଏବଂ ଉପଜିଲ୍ଲାପାଳଙ୍କ ବାସ ଭବନ ନିକଟରେ ଥିବା ମହାତ୍ମାଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ଉପଖଣ୍ଡ ଡାକ୍ତରଖାନାକୁ ଯାଇ ରୋଗୀ ମାନଙ୍କୁ ଫଳ ଓ ବ୍ରେଡ଼ ବଣ୍ଟନ କରିଥିଲେ। ସେହିପରି ଜିଆଇଇଟି ପରିସରରେ ଗାନ୍ଧୀ ଜୟନ୍ତୀ ପାଳନ ହୋଇଥିଲା। ଏହି ଅଵସରରେ ବିଶ୍ୱ ବିଦ୍ୟାଳୟର ଉପ ସଭାପତି ଡ ଚନ୍ଦ୍ରଧ୍ୱଜ ପଣ୍ତା, ଉପ କୁଳପତି ଡ ଗୌତମ ଘୋଷ, ରେଜିଷ୍ଟ୍ରାର ଡ ଏନ୍ ଭି ଜଗନ୍ନାଥ ରାଓ, ପ୍ରୋ ଭାଇସ ଚାନ୍ସେଲର ଡ ଏ ଭି ଏନ୍ ଏଲ ଶର୍ମା, ପରୀକ୍ଷା ନିୟନ୍ତ୍ରକ ଡ ପି ବିଜୟ କୁମାର, ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ଅଧ୍ୟକ୍ଷ ଡ କେ ମୂରଲୀ ଗୋପାଳ ପ୍ରମୁଖ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀ କୁ ପୁଷ୍ପ ମାଲ୍ୟ ଅର୍ପଣ କରି ଗାନ୍ଧୀଜୀଙ୍କ ଜୀବନୀ ବିଷୟରେ ମତବ୍ୟକ୍ତ କରିଥିଲେ। ମ୍ୟୁନିସିପାଲଟି ପକ୍ଷରୁ ମଧ୍ଯ ସହରରେ ଥିବା ମହାତ୍ମାଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତିରେ ପୋୖର ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷା ଶିବ ପ୍ରସାଦ ଗୌଡ଼ ପୁଷ୍ପ ମାଲ୍ୟାର୍ପଣ କରିଥିବା ଜଣାପଡିଛି।


