ଗିଧିବାସରେ ଚାଙ୍ଗୁ ନୃତ୍ୟ ପରିବେଷଣ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ଗିଧିବାସ ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ  ବଡାମ ପୂଜା ସହିତ ଚାଙ୍ଗୁ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ଗ୍ରାମ ର ମଧ୍ୟ ଭାଗରେ ବଡାମ ଙ୍କ ବିଗ୍ରହ ସ୍ଥାପନ କରି  ବିଧି ଅନୁସାରେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି। ଏହି ପୂଜାକୁ ଗ୍ରାମବାସୀ ଭକ୍ତି ଓ ଶ୍ରଦ୍ଧାର ସହିତ ପାଳନ କରିଥାନ୍ତି।   ଗ୍ରାମ ପ୍ରତିଷ୍ଠା ହେବା ପରେ ଠାରୁ ଗ୍ରାମବାସୀ ଏହି ପୂଜା ପ୍ରତିବର୍ଷ ପାଳିତ ହୁଏ। ଏହି ପୂଜା ର ବିଶେଷ ମହତ୍ତ୍ଵ ରହିଛି ବୋଲି ଗ୍ରାମବାସୀ କହନ୍ତି। ଏହି ପୂଜା କରିବା ଦ୍ବାରା ଗ୍ରାମକୁ କୈାଣସି ମହାମାରୀର କିମ୍ବା ବଡ ବିପଦ ଆସିଥାଏ ବୋଲି ବିଶ୍ୱାସ ରହିଛି।  ବଡାମ ପୂଜାକୁ ଯେଉଁ ବର୍ଷ ଠିକ ଭାବରେ ପାଳନ ହୋଇଥାଏ ସେ ବର୍ଷ ଗ୍ରାମର ଚାଷୀ ମାନଙ୍କ ଫସଲ ରୁ ଭଲ ଅମଳ ହୋଇଥାଏ ବୋଲି ବିଶ୍ଵାସ ରହିଛି। ଗ୍ରାମବାସୀ ଏହି ପୂଜାକୁ ୩ ଦିନ ପାଳନ କରିଥାନ୍ତି। ବଡାମ ପର୍ବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗ୍ରାମବାସୀ ଙ୍କ ତରଫରୁ ୩ ଦିନ ଧରି ଛାଙ୍ଗୁ ନୃତ୍ୟ ପରିବେଷଣ କରିଥିଲେ।  ଚଳିତବର୍ଷ ଗ୍ରାମବାସୀ ତରଫରୁ ହାଲପୁର ଚାଙ୍ଗୁ ନୃତ୍ୟ ଦଳ,ଚମ୍ପା ବଳଦ ଚାଙ୍ଗୁ ନୃତ୍ୟ ଦଳ, ଚମ୍ପାଡିହି ଚାଙ୍ଗୁ ନୃତ୍ୟ ଦଳ, ଅସନପାଟ ତାଙ୍କୁ ନୃତ୍ୟ ଦଳ ଅଂଶଗ୍ରହଣ କରି ତିନିଦିନ ଧରି ଚାଙ୍ଗୁ ନୃତ୍ୟ ପରିବେଷଣ କରିଥିଲେ।  ପୂଜକ ଭାବରେ ବରୁଣ ନାଏକ ନିୟୋଜିତ ହୋଇଥିବା ବେଳେ କାର୍ଯ୍ୟ କ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ ଜାପାନୀ ନାଏକ, ବିରଞ୍ଚି ନାଏକ, ଅନାମ ନାଏକ, ଲମ୍ବୋଦର ନାଏକ, ଧରମା ନାଏକ, ଖଗେଶ୍ବର ନାଏକ, ଉତ୍କଳ ନାଏକ,ଉମେଶ ଚନ୍ଦ୍ର ନାଏକ ପ୍ରମୁଖ। ଚାଙ୍ଗୁ ନୃତ୍ୟ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଶତାଧିକ ଜନସାଧାରଣ ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ