ଜୁନ ୧ ରୁ ୫ ଅନୁଷ୍ଠିତ ହେବ ଛତ୍ରପୁର ମହୋତ୍ସବ
ଛତ୍ରପୁର (ଓ୍ବାଇଏନଏସ) : ଛତ୍ରପୁରରେ ମେ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା l ଏହାକୁ ଆହୁରୀ ଆକର୍ଷଣ କରିବା ନିମନ୍ତେ ଚଳିତ ବର୍ଷ ଛତ୍ରପୁର ମହୋତ୍ସବ ସ୍ଥାନୀୟ ଷ୍ଟାଡିଅମ ପରିସର ରେ ଅନୁଷ୍ଠିତ ହେବ l ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି l ଆସନ୍ତା ଜୁନ ମାସ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଛତ୍ରପୁର ମହୋତ୍ସବ ଚାଲିବ l ଚଳିତ ବର୍ଷ ଛତ୍ରପୁର ଷ୍ଟାଡିଅମ ରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ମତ୍ସ୍ୟପ୍ରାଣୀ ସମ୍ପଦ ମେଳା, ଛତ୍ରପୁର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ l ଏହା ସହିତ ଓରମାସ,ଓଡିଶା ଜୀବିକା ମିଶନ, ମିଶନ ଶକ୍ତି, ସୁଭଦ୍ରା ଶକ୍ତି ଠାରୁ ଆରମ୍ଭ କରି ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ସମନ୍ୱୟ ରେ ଷ୍ଟଲ ଗୁଡିକ ରହିବ l ଯାହାଫଳ ରେ ଲୋକ ମାନେ ବିଭିନ୍ନ ବିଷୟରେ ସଚେତନତା ହୋଇପାରିବ l ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପାନୀୟ ଜଳ, ଅଗ୍ନି ନିରାପତ୍ତା ଓ ଆଇନ ଶୃଙ୍ଖଳା ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି l ମୋଟ ୧୫୦ ଟି ଷ୍ଟଲ ଖୋଲାଯିବ l ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯିବା ସହିତ କଳା ସଂସ୍କୃତି କୁ ମଧ୍ୟ ସ୍ଥାନ ଦିଆଯିବା ଲାଗି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ l ୩୦ ଟି ଟ୍ରୁପ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ସରକାରୀ ଯୋଜନା ଗୁଡିକୁ ମଧ୍ୟ ବିଭିନ୍ନ ଲୋକ କଳା ମାଧ୍ୟମରେ ସଚେତନ କରାଯିବ l ଆଇନ ଶୃଙ୍ଖଳା ପରିସ୍ଥିତି ମୁକାବିଲା ଲାଗି ପୋଲିସ ମୃତୟନ କରାଯିବ l ବୈଠକରେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଛତ୍ରପୁର ଉପ ଜିଲ୍ଲାପାଳ ଶିବାଶିଷ ବରାଳ, ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାମଜିତ ସାହୁ, ତହସିଲଦାର ଦିବ୍ୟା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ଓରମାସ ଡେପୁଟି ସିଇଓ ଡ଼ଃ ରାଜଗୋପାଳ ଦାଶ, ଓଡିଶା ଜୀବିକା ମିଶନର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ରଥ, ମିଶନ ଶକ୍ତି ର ଜିଲ୍ଲା ସଂଯୋଜକ ଜୟ କୃଷ୍ଣ ମହାପାତ୍ର, ପୋଲିସ, ଫାୟାର, ଟାଟା ପାୱାର, ମତ୍ସ୍ୟ, କୃଷି, ଉଦ୍ୟାନ,ପ୍ରାଣୀ ସମ୍ପଦ, ମୃତ୍ତିକା ସଂରକ୍ଷଣ ଙ୍କ ସମେତ ବହୁ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l


