କୃତୀ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅଧିନ ଇନ୍ଦୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ତଥା ଧୂମାତ ଗ୍ରାମପଞ୍ଚାୟତର ଦିବ୍ୟାଦତ୍ତା ନାୟକ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୫୩ମାର୍କ ରଖି ଏ-୧ ଗ୍ରେଡରେ ପାସ କରିଛନ୍ତି। ତେଣୁ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ତାଙ୍କ ବାସଭବନରେ ପହଞ୍ଚି ଦିବ୍ୟାଦତ୍ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏଥିସହିତ ଦିବ୍ୟାଦତ୍ତାଙ୍କ ପିତା ସନ୍ତୋଷ ନାୟକ ଓ ମାତା ସ୍ୱର୍ଣ୍ଣଲତା ନାୟକଙ୍କୁ ମଧ୍ୟ ପୁଷ୍ପଗୁଛ ପ୍ରଦାନ କରି ଅଭିନନ୍ଦନ ଜ୍ଞାପନ କରିଛନ୍ତି।


