କେନାଲକୁ ଖସିଲା ଟ୍ରାକ୍ଟର, ଚାଳକ ଆହତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସୁଲଣ – ବିରିଡି କେନାଲ ରାସ୍ତାରେ ଆଜି ଦିନ ୧୦ଟା ବେଳେ କେନାଲ ଭିତରକୁ ଏକ ଟ୍ରାକ୍ଟର ଖସିପଡିଛି। ଏଥିରେ ଟ୍ରାକ୍ଟର ଚାଳକ ଆହତ ହୋଇଥିବା ଜଣା ଯାଇଛି। ସୂଚନା ଅନୁଯାଇ ଏକ ଟ୍ରାକ୍ଟର ଏହି ରାସ୍ତାଡେଇ ଯାଉଥିବା ସମୟରେ ଅଦବଧାନତା ରୁ ଟ୍ରାକ୍ଟର ଟି ଭାରସାମ୍ୟ ହରାଇ କେନାଲ ଭିତରକୁ ପସି ଯାଇଥିଲା। ଚାଳକ ଜଣକ ଟ୍ରାକ୍ଟର ସହିତ ଚାପି ହୋଇଯାଇ ଥିଲେ। ସ୍ଥାନୀୟ ଲୋକମାନେ ଚାଳକକୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଥିଲେ। କିଛି ସମୟ ପରେ ଟ୍ରାକ୍ଟର ମାଲିଜ ପହଞ୍ଚି ଟ୍ରାକ୍ଟର ଟିକୁ ଉଠାଇଥିବା ଜଣା ଯାଇଛି।


